ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

ଭୁବନେଶ୍ଵର, ୨୨/୦୭ :ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ। http://cbse.nic.in ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଛି। ଟର୍ମ-୨ ପରୀକ୍ଷା ସହ ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି। ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। CBSE ଦଶମରେ ପାସ୍ ହାର ୯୪.୪୦ ପ୍ରତିଶତ ରହିଛି। ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୬୮% ପାସ୍ କରିଥିବା ବେଳେ ଗୌହାଟୀ ରିଜିଅନରେ ସର୍ବନିମ୍ନ ୮୨.୨୩% ପାସ୍ ରହିଛି। ସେହିପରି ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୬.୪୬% ରହିଛି।ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ଶ୍ରେୟା ପଟ୍ଟନାୟକ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖିଛନ୍ତି। ସେ ଏହି ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ହାସଲ କରିଛନ୍ତି । ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ଶ୍ରେୟା । ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ସେ ପ୍ରସ୍ତୁତ ହେବେ ବୋଲି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: