ନୂଆଦିଲ୍ଲୀ ,୨୩।୫: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି)ପକ୍ଷରୁ ୨୦୨୨ ସିଭିଲ ସର୍ଭିସ ପରାକ୍ଷାଫଳ ଘୋଷଣା କରାଯାଇଛି। ପରୀକ୍ଷାରେ ପୁଣି ଥରେ ପୁଅଙ୍କଠାରୁ ଝିଅ ଆଗରେ ରହିଛନ୍ତି। ତେବେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳକୁ ଅଫିସିଆଲ ୱେବସାଇଟ upsc.gov.in ରେ ଯାଞ୍ଚ କରିପାରିବେ। ଈଶିତା କିଶୋର ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହରାତି ଏନ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଗ୍ରେଟର ନୋଏଡ଼ାର ଈଶିତା କିଶୋର ଟପ୍ପର ହୋଇଛନ୍ତି। ପ୍ରଥମ ତିନିଟି ସ୍ଥାନ ମହିଳାମାନେ ଅକ୍ତିଆର କରିଛନ୍ତି। ଈଶିତା ଟପ୍ପର ହୋଇଥିବା ବେଳେ ଗରିମା ଲୋହିଆ ଦ୍ୱିତୀୟ ଓ ଉମା ହାରାଥି ଏନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚତୁର୍ଥ ସ୍ଥାନରେ ବି ଜଣେ ମହିଳା ଅଛନ୍ତି। ତାଙ୍କ ନାଁ ସ୍ମୃତି ମିଶ୍ରା। ୯୩୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୩୮ତମ ସ୍ଥାନରେ ଅନୁପ ଦାସ, ୪୨ତମ ସ୍ଥାନରେ ପ୍ରଣିତା ଦାସ, ୬୬ସ୍ଥାନରେ କ୍ରିତିକା ମିଶ୍ର, ୬୭ ସ୍ଥାନରେ କସ୍ତୁରୀ ପଣ୍ଡା, ୭୩ ସ୍ଥାନରେ ପଲ୍ଲବୀ ମିଶ୍ର, ୯୭ ସ୍ଥାନରେ ପ୍ରଶାନ୍ତ ରାଜ, ୧୦୬ ସ୍ଥାନରେ ସିଦ୍ଧାର୍ଥ ମିଶ୍ର , ୧୩୬ ସ୍ଥାନରେ ସୌମ୍ୟରଞ୍ଜନ ଦାସ, ୧୪୦ସ୍ଥାନରେ ସୋନାଲି ମିଶ୍ର ରହିଛନ୍ତି।ଥରୁଣ ପଟ୍ଟନାୟକ ମାଦଳା ୩୩ ନମ୍ବର ରାଙ୍କରେ ଥିବା ବେଳେ ଅନୁପ ଦାସ ୩୮, ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ୬୭, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି। ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |