ପ୍ରଖ୍ୟାତ ଅମ୍ପାୟାର ରୁଡି କୋଏର୍ଟଜନଙ୍କ ପରଲୋକ

ନୂଆଦିଲ୍ଲୀ ୦୯/ ୦୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅମ୍ପାୟାର   ରୁଡି କୋଏର୍ଟଜନଙ୍କ ପରଲୋକ ଘଟିଛି । କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭୩ ବର୍ଷୀୟ କୋଏର୍ଟଜନ୍‌ । କେପ ଟାଉନରୁ ନେଲସନ ମାଣ୍ଡେଲା ଓ୍ବେ ସ୍ଥିତ ନିଜ ବାସଭବନକୁ ଫେରୁଥିବା ବେଳେ ସାମ୍ନା ପଟୁ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ମର୍ମନ୍ତୁଦ ଦୁର୍ଘଟଣାରେ ରୁଟି କୋଏର୍ଟଜନଙ୍କ ସମେତ ଅନ୍ୟ ୩ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । କେପ ଟାଉନରେ ଗଲଫ୍‌ ଖେଳି ନିଜ ଘରକୁ ଫେରୁଥିଲେ କୋଏର୍ଟଜନ । ତାଙ୍କ ସହିତ ତାଙ୍କର କିଛି ବନ୍ଧୁ ମଧ୍ୟ ରହିଥିଲେ । ଘରକୁ ଫେରୁଥିବା ବେଳେ ହିଁ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଗାଡି ତାଙ୍କ କାରକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ବିଶ୍ବର ଦ୍ବିତୀୟ ଅମ୍ପାୟାର ଭାବେ ୧୦୦ଟି ଟେଷ୍ଟ ମ୍ୟାଚ୍‌ ଏବଂ ୨୦୦ଟି ଦିନିକିଆରେ ପରିଚାଳନା ଦାୟିତ୍ବ ତୁଲାଇଥିଲା ରୁଡି କୋଏର୍ଟଜନ । ଏହା ବ୍ୟତିତ ୨୦୦୩ ଏବଂ ୨୦୦୭ ବିଶ୍ବକପରେ ମଧ୍ୟ ଥାର୍ଡ ଅମ୍ପାୟାର ଭାବେ କାର୍ଯ୍ୟ କରିଥିଲେ । ୨୦୧୦ ମସିହାରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶେଷ ଥର ପାଇଁ ପରିଚାଳନା କରିଥିଲେ ରୁଡି କୋଏର୍ଟଜନ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: