ଭୁବନେଶ୍ୱର,୧୦/୦୬: ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱୋରିୟ ବିଦ୍ୟାଳୟ ପକ୍ଷରୁ ଗୁରୁବାର ଗ୍ରୀଷ୍ମ କାଳୀନ ପ୍ରେରଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡକ୍ଟର ଅରବିନ୍ଦ ଢ଼ାଲି ଯୋଗଦେଇ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବିନୋଦ ଦାଶ, ଅରୁଣ କୁମାର ପଣ୍ଡା , ବିକେ ମୋହନ ଭାଈ, ବିକେ ନାଥମାଲ ଭାଈ ଓ ସୁଦୂର ଗୁଜୁରାଟ ରୁ ଆସିଥିବା ରାଜ ଯୋଗିନୀ ବିକେ କମଲେଶ ଭଗିନୀ ଯୋଗଦେଇଥିଲେ। ଭଗିନୀ ସୁଲୋଚନା ସ୍ବାଗତ ଅଭିଭାଷଣ ଦେବା ସହ ସ୍ବାଗତ ନୃତ୍ୟ କୁମାରୀ ଅଞ୍ଜେଲ ପରିବେଷଣ କରିଥିଲେ ।ଗ୍ରୀଷ୍ମ କାଳୀନ ବିଦ୍ୟାଳୟ ଗୁଡ଼ିକ ଛୁଟି ହୋଇଥିବାରୁ ଛୋଟ ଛୋଟ ପିଲାମାନଙ୍କୁ ନେଇ ୪ଦିନ ବ୍ୟାପୀ କାର୍ଯ୍ୟ କ୍ରମଟି ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଛାତ୍ରୀ ଛାତ୍ରଙ୍କ ଆଦର୍ଶ ଜୀବନଶୈଳୀ ଓ ରାଜଯୋଗ ମାଧ୍ୟମରେ କିପରି ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରିବ ଅତିଥି ମାନେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମଟିକୁ ପ୍ରଜାପିତା ଇଶ୍ଵୋରୀୟ ବିଶ୍ଵବିଦ୍ୟାଳୟର ଭଗିନୀ ମାନେ ସହଯୋଗ କରୁଥିବା ବେଳେ, ଶିକ୍ଷାପ୍ରାପ୍ତ ପାଇଁ ଆସିଥିବା ଆଗ୍ରହୀ କୋମଳମତି ଉପସ୍ଥିତି କାର୍ଯ୍ୟକ୍ରମଟିକୁ ଅତ୍ୟନ୍ତ ସରସ ସୁନ୍ଦର କରିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |