ଭୁବନେଶ୍ଵର,୨୮/୦୪: କଦଳୀ ଖାଇବାର ଅନେକ ଫାଇଦା ରହିଛି। ସ୍ୱାସ୍ଥ୍ୟ ପାଇଁ ଏହି ଫଳ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି କଦଳୀ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। କଦଳୀରେ ପୋଟାସିୟମ୍ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହାକୁ ଖାଇବା ଦ୍ୱାରା କେବଳ ରକ୍ତଚାପ ନିୟନ୍ତ୍ରଣରେ ରହିନଥାଏ ବରଂ ହାଡ ମଧ୍ୟ ମଜବୁତ ହୋଇଥାଏ। ସେଥିପାଇଁ କିଛି ଲୋକ ପ୍ରତିଦିନ କଦଳୀ ଖାଇବାକୁ ପସନ୍ଦ କରନ୍ତି। ତେବେ ଚାଲନ୍ତୁ ଜାଣିବା କଦଳୀ ଖାଇବାର ଅନ୍ୟ ଉପକାର ବିଷୟରେ। କଦଳୀରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍ ଥାଏ। ଏହାକୁ ଖାଇବା ଦ୍ୱାରା ଶୀଘ୍ର ପେଟ ଭରିଯାଏ। ଅଫିସ୍ କିମ୍ବା କଲେଜ ଯିବା ହେତୁ ଯଦି ସକାଳେ ଜଳଖିଆ ମିସ୍ ହୁଏ, ତେବେ କଦଳୀ ଖାଇବା ପରେ ବାହାରକୁ ଯାଆନ୍ତୁ, କାରଣ କଦଳୀ ଖାଇବା ତତକ୍ଷଣାତ୍ ଶକ୍ତି ଦେଇଥାଏ। ଚାପରୁ ମୁକ୍ତି ପାଇଁ କଦଳୀ ବହୁତ ଲାଭଦାୟକ ହୋଇଥାଏ। କଦଳୀରେ ଟ୍ରେପ୍ଟୋଫାନ୍ ନାମକ ଏକ ଉପାଦାନ ମିଳିଥାଏ । ଏହା କାରଣରୁ ଆମ ଶରୀରରେ ସେରୋଟୋନିନ୍ ତିଆରି ହୋଇଥାଏ। ସେରୋଟୋନିନ୍ କୁ ହାପି ହରମୋନ୍ ମଧ୍ୟ କୁହାଯାଏ। ଏହା ଚାପକୁ ଦୂରେଇ ରଖିଥାଏ। ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ କଦଳୀ ସହାୟକ ହୋଇଥାଏ। କଦଳୀରେ ଥିବା ଷ୍ଟାର୍ଚ ଆମ ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ। କଦଳୀରେ ଆଣ୍ଟି-ଏସିଡ୍ ବି ରହିଥାଏ, ଛାତି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। କଦଳୀ ହାଜ ମଜବୁତ କରିଥାଏ। ୩୦ ବର୍ଷ ବୟସ ପରେ ଅଧିକାଂଶ ଲୋକ ହାଡରେ ଯନ୍ତ୍ରଣା ଅନୁଭବ କରନ୍ତି। ତେଣୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ଉଚିତ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |