ନୂଆଦିଲ୍ଲୀ,୨୬।୧ : ଭାରତ ଆଜି ଏହାର ୭୪ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ତେବେ ଚଳିତ ଥରର ପ୍ୟାରେଡରେ ପ୍ରତ୍ୟେକ ଥର ପରି, ଅନେକ ରାଜ୍ୟର ବିଭିନ୍ନ ଲୋକନୃତ୍ୟ ପ୍ରଦର୍ଶନ କରାଯିବ। ପ୍ରଥମ ଥର ପାଇଁ ରିପବ୍ଲିକ୍ ଡେ ପ୍ୟାରେଡ୍ କର୍ତ୍ତବ୍ୟପଥ ଦେଇ ଗତି କରିବ। କର୍ତ୍ତବ୍ୟ ମାର୍ଗରେ ହେବାକୁ ଥିବା ପରେଡ୍ର ନେତୃତ୍ବ ନେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗ୍ରାଣ୍ଡ ପରେଡ୍ ଆଜି ୧୦.୩୦ରୁ ଆରମ୍ଭ ହେବାକୁ ଯାଉଛି। ଆରମ୍ଭ ହେବାକୁ ଥିବା ସାଧାରଣତନ୍ତ୍ର ଉତ୍ସବ ଦେଶର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତାର ଏକ ନିଆରା ମିଶ୍ରଣ ହେବ। କର୍ତ୍ତବ୍ୟ ପଥରେ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ନିଜର ସ୍ବଦେଶୀ ଶକ୍ତିର ପ୍ରଦର୍ଶନ କରିଛି। ଏହା ସହିତ ପ୍ରଥମ ଥର ପାଇଁ ପ୍ୟାରେଡ୍ ଦେଖିବା ପାଇଁ VVIP ଧାଡି ରହିବ ନାହିଁ। ଏଥର ରିକ୍ସା ଟାଣୁଥିବା ଶ୍ରମିକ, କର୍ତ୍ତବ୍ୟପଥ ନିର୍ମାଣ କରୁଥିବା ଶ୍ରମିକ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପ୍ରଥମ ଧାଡିରେ ବସିବେ, ଯାହାଙ୍କୁ ଶ୍ରମଜୀବୀଙ୍କ ନାମ ଦିଆଯାଇଛି। ବାୟୁସେନାର ଯୁଦ୍ଧ ବିମାନ ନିଜର ସମରକଳା କୌଶଳ ପ୍ରଦର୍ଶନ କରିଛି। ସମଗ୍ର ବିଶ୍ୱ ଭାରତର ଶକ୍ତି ସହିତ ପରିଚିତ ହୋଇଛି। ଚଳିତ ବର୍ଷର ଗଣତନ୍ତ୍ର ଦିବସ ପାଳନ ଅବସରରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ ସିସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସ୍ବାଧୀନତା ପରେ ପ୍ରଥମ ଥର, ରିପବ୍ଲିକ ଡେ ପରେଡ ଦେଖିବା ପାଇଁ ପ୍ରଥମ ଧାଡିରେ ଭିଭିଆଇପି ଲୋକ ବଦଳରେ ରିକ୍ସା ଟାଣୁଥିବା ଲୋକେ, ଶ୍ରମିକ ଏବଂ ସେମାନଙ୍କ ପରିବାର ଯେଉଁମାନେ କର୍ତ୍ତବ୍ୟ ପଥରେ ବସିଛନ୍ତି।ଏଥର ଭାରତୀୟ ବାୟୁସେନା ରିପବ୍ଲିକ ଡେ ପ୍ୟାରେଡରେ ୫୦ ବିମାନ ସହିତ ନିଜର ଶକ୍ତି ପ୍ରଦର୍ଶନ କରିଛି। ଫ୍ଲାଇପ୍ୟାଷ୍ଟ ସମୟରେ ୨୩ ଯୁଦ୍ଧ ବିମାନ ଏବଂ ୧୮ ହେଲିକପ୍ଟର, ୮ ଟି ପରିବହନ ବିମାନ ଏବଂ ଏକ ଭିଣ୍ଟେଜ ବିମାନ ଡାକୋଟା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଏଥର ‘ପାୱାର୍ ଓ୍ବିଣ୍ଡୋବାଉଣ୍ଡ୍ରିଜ’ ଥିମ ଉପରେ ବାୟୁସେନାର ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯାଇଛି ।ଏଥର ଅଗ୍ନିବୀର ଗଣତନ୍ତ୍ର ଦିବସ ପାଳନ ପରେଡରେ ଅଂଶଗ୍ରହଣ କରିଛନ୍ତି। ଭାରତରେ ନିର୍ମିତ ୧୦୫ ମିଲିମିଟର ବନ୍ଧୁକରୁ ୨୧ ଥର ତୋପ ସଲାମୀ ଦିଆଯାଇଛି।ଇଜିପ୍ଟର ୧୨୦ ସଦସ୍ୟ ବିଶିଷ୍ଟ ମାର୍ଚିଂ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଛନ୍ତି।ଏଥର ୨୬ ଜାନୁୟାରୀରେ ହେବାକୁ ଥିବା ପରେଡ ଦେଖିବାକୁ ୬୦ ରୁ ୬୫ ହଜାର ଲୋକ ପହଞ୍ଚିବାକୁ ଯାଉଛନ୍ତି। ଏଥିପାଇଁ QR କୋଡ୍ ଏଣ୍ଟ୍ରିରେ ବ୍ୟବହୃତ ହେବ। ସମସ୍ତଙ୍କୁ ଏହା ମାଧ୍ୟମରେ ଏଣ୍ଟ୍ରି ଦିଆଯିବ। ଏହା ସହିତ କେବଳ ବୈଧ ପାସ୍ ଧାରକ ଏବଂ ଟିକେଟ୍ କ୍ରେତାଙ୍କୁ ପ୍ୟାରେଡ୍ ଦେଖିବା ପାଇଁ ପ୍ରବେଶ ପ୍ରଦାନ କରାଯିବ। ପରିଦର୍ଶକମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନହେବାକୁ ତଥା ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବାକୁ ନୂଆଦିଲ୍ଲୀ ଜିଲ୍ଲା ଦ୍ୱାରା ୨୪ ଟି ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି। ଏହା ସହିତ ପ୍ୟାରେଡ ସମୟରେ ୬ ହଜାର ପୋଲିସ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ ଏବଂ ଗୁପ୍ତଚର ଏଜେନ୍ସି ସହିତ ଏନଏସଜି ଟିମ୍ ମଧ୍ୟ ଉପସ୍ଥିତ ରହିବେ। ସୁରକ୍ଷା କ୍ଷେତ୍ରରେ ମୋଟ ୨୭୦୦୦ ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ୧୫୦ ରୁ ଅଧିକ ସିସିଟିଭି କ୍ୟାମେରା ଗଣତନ୍ତ୍ର ଦିବସ ପରେଡ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ନଜର ରଖିବ। ଏହାବାଦ ଜାନୁୟାରୀ ୨୬ ତାରିଖ ସକାଳ ୪ ଟାରୁ କାର୍ତ୍ତବ୍ୟ ପଥ, ଜନପଥ, ଇଣ୍ଡିଆ ଗେଟ୍, କପର୍ନିକସ୍ ମାର୍ଗରେ ଯାନବାହନ ଚଳାଚଳ ବନ୍ଦ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |