ପ୍ରଥମ ଥର ପାଇଁ ଚୀନରୁ ଅକ୍ସିଜେନ୍ ଆସିଛି ଓଡିଶା

ଭୁବନେଶ୍ୱର,୩୦/୫ : ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର । ଦେଶକୁ ପ୍ରଥମ ଥର ପାଇଁ ଚୀନରୁ ଅକ୍ସିଜେନ୍ ଆସିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ସେ କହିଛନ୍ତି ଯେ, ଅକ୍ସିଜେନ୍ ଅଭାବରୁ ଯେପରି କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ନ ହୁଏ । ତେବେ ଖୁବ୍ ଶୀଘ୍ର ଏହି ଅକ୍ସିଜେନ୍ କୁ ରାଜ୍ୟର ବିଭିନ୍ନ ମେଡିକାଲକୁ ପଠାଯିବ । ବର୍ତ୍ତମାନ ପହଞ୍ଚିଥିବା ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ଅକ୍ସିଜେନ୍ ସିଲିଣ୍ଡର କରୋନା ମୁକାବିଲାରେ ବେଶ୍ ସହାୟକ ହେବ ଏବଂ ଆବଶ୍ୟକ ସମୟରେ ବ୍ୟବହାର କରିବା ପାଇଁ ଅକ୍ସିଜେନ୍ ସିଲିଣ୍ଡର କୁ ମହଜୁଦ୍ କରି ରଖାଯିବ ବୋଲି ସେ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: