ବ୍ରହ୍ମପୁର-୧୮/୬(ମନୋଜ କୁମାର ପାତ୍ର): ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୪୦ ୱାର୍ଡ ର୍ ପୂର୍ବତନ କର୍ପୋରେଟର ଜି.ଗୋପଳ ରେଡିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି ଟୀକାକରଣ କାଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ସ୍ୱାସ୍ଥ୍ୟ କର୍ମୀ ମାନେ ନିଜେ ୱାର୍ଡ କୁ ଆସି ଟୀକାକରଣ କରୁଥିବାରୁ ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।ପୂର୍ବତନ କର୍ପୋରେଟର ଜି ଗୋପାଳ ରେଡି କହିବାନୁଯାୟୀ ଯେଉଁ ବ୍ୟକ୍ତି ମାନେ କୌଣସି କାରଣବଶତଃ ଟୀକାକରଣରୁ ବଞ୍ଚିତ ହେଇଛନ୍ତି ସେମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଥିଲା।ଏହି କାଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀଙ୍କ ସମତେ ଅଙ୍ଗନବାଡି କର୍ମୀ,ଆଶା କର୍ମୀ ମାନେ ସହଯୋଗ କରିଥିଲେ।ଫାର୍ମାସିଷ୍ଟ ଗଗନ ମହାନ୍ତି,ଅଙ୍ଗନବାଡି କର୍ମୀ ବାସନ୍ତୀ ପାଢ଼ୀ,ଲତା ପାତ୍ର,ସମେତ ବହୁ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |