ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଆଇଏଏସ ତରୁଣ କପୁର

ନୂଆଦିଲ୍ଲୀ,୨।୫:  ପୂର୍ବତନ ପେଟ୍ରୋଲିୟମ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ ଅଫିସର ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ କ୍ୟାବିନେଟ୍ ନିଯୁକ୍ତି କମିଟି(ଏସିସି)ପକ୍ଷରୁ ସୂଚନା ଦିଆଯାଇଛି। କପୁର ଭାରତୀୟ ପ୍ରଶାସନିକ ସେବା ୧୯୮୭ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡରର ଅଧିକାରୀ। ସେ ୩୦ ନଭେମ୍ବର ୨୦୨୧ ରେ ପେଟ୍ରେଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ସଚିବ ପଦରୁ ଅବସର ନେଇଥିଲେ। ସୋମବାର ସରକାରଙ୍କ ଦ୍ଵାରା ଏହି ଆଦେଶ ଜାରି କରାଯାଇଛି।   କ୍ୟାବିନେଟ ନିଯୁକ୍ତି କମିଟି(ଏସିସି) ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ କପୁରଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ତାଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ହରି ରଞ୍ଜନ ରାଓ ଏବଂ ଅତିଶ ଚନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ପଦରେ ନିଯୁକ୍ତ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: