ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଟୁଇଟ୍‌ କରି ଗିରଫ ହେଲେ ବିଧାୟକ

ହମଦାବାଦ,୨୧/୪: ଗତ ବିଳମ୍ବିତ ରାତ୍ରରେ ଆସାମ ପୁଲିସଦ୍ବାରା ଗିରଫ ହୋଇଥିବା ଗୁଜରାଟର ବଡ଼ଗାମ ବିଧାୟକ ଜିଗ୍ନେଶ ମେୱାଣୀଙ୍କୁ ଆଜି ସକାଳେ ବିମାନ ଯୋଗେ ଅହମଦାବାଦରୁ ଆସାମ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକ୍ରାନ୍ତରେ ମେୱାଣୀ ପୋଷ୍ଟ କରିଥିବା ଟୁଇଟ୍‌ ଉପରେ ଆସାମର ଜଣେ ‘ବିଜେପି’ ନେତା ଅଭିଯୋଗ ଦାଏର କରିଥିଲେ। ଗତ ରାତି ୧୧.୩୦ରେ ପାଲାନପୁରସ୍ଥିତ ସର୍କିଟ୍‌ ହାଉସ୍‌ରୁ ଜିଗ୍ନେଶ ମେୱାଣୀ ଗିରଫ ହୋଇଥିଲେ। ଆସାମ ଅନ୍ତର୍ଗତ କୋରାଝରର ‘ବିଜେପି’ ନେତା ଅରୂପ କୁମାର ଦେ ତାଙ୍କ ବି‌ରୋଧରେ ଅଭିଯୋଗ ଦାଏର କରିଥିଲେ। ତାଙ୍କର ଟୁଇଟ୍‌ ସାମ୍ପ୍ରଦାୟିକ ଶତ୍ରୁତା ପ୍ରସାର କରିବ ବୋଲି ଦେ’ ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ କରିଥିଲେ। ଆଜି ବଡ଼ି ସକାଳୁ ବିମାନ ଯୋଗେ ତାଙ୍କୁ ଆସାମ ନିଆଯାଇଛି। ସେ ଗିରଫ ହୋଇଥିବା ଜାଣିବା ପରେ ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୋର ଏବଂ ଅନ୍ୟାନ୍ୟ କଂଗ୍ରେସ ନେତାମାନେ ଅହମଦାବାଦ ବିମାନ ବନ୍ଦରକୁ ଯାଇ ‘ବିଜେପି’ ସରକାରଙ୍କ ବିରୁଦ୍ଧରେ ‘ସ୍ଲୋଗାନ୍‌’ ଦେଇଥିଲେ। ମେୱାଣୀ ହେଉଛନ୍ତି ଜଣେ ଦଳିତ ନେତା ଓ ରାଜନୈତିକ ଦଳ ‘ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ’ର ଆବାହକ। ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାୟକ ପଦବୀ ଜିଣିଥିବା ମେୱାଣୀ ପରବର୍ତ୍ତୀ ସମୟରେ କଂଗ୍ରେସକୁ ସମର୍ଥନ କରିଥିଲେ। ଏହା ବ୍ୟତିରେକେ, ସେ ଜଣେ ଓକିଲ ଓ ସାମ୍ବାଦିକ ଭାବେ ପୂର୍ବରୁ କାମ କରୁଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: