“ନ୍ୟାୟ ପାଇବାକୁ ଆଶା କରୁଛି”: ସୁଶାନ୍ତ ରାଜପୁତଙ୍କ ଭଉଣୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଚାହୁଁଛନ୍ତି
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଆଜି ଏକ ନୋଟ୍ ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନେତାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।
“ପ୍ରିୟ ସାର୍, ମୋର ହୃଦୟ କହୁଛି ଯେ ତୁମେ ସତ୍ୟ ସହ ଛିଡା ହୁଅ। ଆମେ ଅତି ସରଳ ପରିବାରର ଅଟୁ। ବଲିଉଡରେ ଥିବାବେଳେ ମୋର ଭାଇଙ୍କର କିଏ ଗଡଫାଦର ନଥିଲେ କିମ୍ବା ବର୍ତ୍ତମାନ ଆମ ପାଖରେ କେହି ନାହାଁନ୍ତି। ତୁମକୁ ମୋର ଅନୁରୋଧ ତୁରନ୍ତ କରିବା ଏହି ମାମଲାକୁ ଦେଖନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ସବୁକିଛି ସ୍ଵଛ ବ୍ୟବସ୍ଥାରେ ପରିଚାଳିତ ହେଉଛି ଏବଂ କୌଣସି ପ୍ରମାଣ ଏଥିରେ ବାଧାପ୍ରାପ୍ତ ହୋଇନାହିଁ। ନ୍ୟାୟ ପାଇବା ଆଶା କରୁଛି ବୋଲି ସୁଶାନ୍ତ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଟ୍ୱିଟରରେ ଲେଖିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |