ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇଲେ

ନୂଆଦିଲ୍ଲୀ,୧୮/୦୩:   ଆଜି ଦୋଳପୂର୍ଣ୍ଣିମା ଅବସରରେ  ଦେଶବ୍ୟାପୀ ହୋଲି ମହୋତ୍ସବ ପାଳନ କରାଯାଉଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନିଜ ନିଜ ଭିତରେ ପ୍ରେମ, ସ୍ନେହ ଓ ଭାଇଚାରାର ପ୍ରତୀକ ଏହି ରଂଗ ଉତ୍ସବ ସମସ୍ତଙ୍କ ଜୀବନରେ ଖୁସିର ରଂଗ ଆଣୁ । ମନ୍ଦିରରେ ମଧ୍ୟ ହୋଲି ଖେଳ ଜାରି ରହିଛି । ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଗାଁରୁ ସହର ଉତ୍ସବ ମୁଖର ହୋଇ ଉଠିଛ । ଚାରିଆଡେ ଉତ୍ସବ ଓ ଆଧ୍ୟାତ୍ମିକତାର ପରିବେଶ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫଗୁଖେଳ ଓ ଦୋଳ ମେଳଣ ଅନୁଷ୍ଠିତ ହେଉଛି । ଶ୍ରୀ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଘରଘର ବୁଲି ଭୋଗ ଖାଇବା ସହ ମେଳଣ ପଡ଼ିଆକୁ ବିଜେ କରୁଛନ୍ତି । ବିଭିନ୍ନ ସ୍ଥାନରୁ ଆସିଥିବା ଦୋଳ ବିମାନକୁ ନେଇ ମେଳଣ ଅନୁଷ୍ଠିତ ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: