ପ୍ରଧାନମନ୍ତ୍ରୀ ପ୍ରଗତି ମୈଦାନ ଟନେଲ୍‌ ଏବଂ ୫ଟି ଅଣ୍ଡରପାସ୍‌ ଉଦଘାଟନ କଲେ

ନୂଆଦିଲ୍ଲୀ,୧୯|୦୬ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମୈଦାନ ଟନେଲ ଓ ୫ଟି ଅଣ୍ଡରପାସ୍ ଉଦଘାଟନ କରିଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପ୍ରଗତି ମୈଦାନ ସମନ୍ବିତ ଟ୍ରାଞ୍ଜିଟ୍‌ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍‌ ସମେତ ପାଞ୍ଚଟି ଭୂତଳ ରାସ୍ତା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ମୋଦୀ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମ ଦିଲ୍ଲୀର ଦ୍ବାରକାରେ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନ କେନ୍ଦ୍ର ତିଆରି ହେଉଛି, ସେହିପରି ପ୍ରଗତି ମୈଦାନରେ ପୁନର୍ବିକାଶ ପ୍ରକଳ୍ପ। ଏସବୁ ଏହାର ଏକ ଉଦାହରଣ। ଗତ ବର୍ଷ ମୁଁ ଏଠାରେ ଚାରୋଟି ପ୍ରଦର୍ଶନୀ ହଲର ଉଦଘାଟନ କରିବାର ସୁଯୋଗ ପାଇଥିଲି ଏବଂ ଆଜି ଆଧୁନିକ ସଂଯୋଗୀକରଣ ସୁବିଧାକୁ ଉଦଘାଟନ କରାଯାଇଛି।  ତେବେ ଏହି କରିଡର ୭ ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଏହାର ମୁଖ୍ୟ ସୁଡ଼ଙ୍ଗ ପ୍ରଗତି ମୈଦାନରୁ ବାହାରି ପୁରୁଣା କିଲା ରୋଡ଼ ଦେଇ ଇଣ୍ଡିଆ ଗେଟ୍ ସହିତ ସଂଯୋଗ ହୋଇଛି । ଏହା ମାଧ୍ୟମରେ ପ୍ରଗତି ମୈଦାନର ବିଶାଳ ବେସମେଣ୍ଟ ପାର୍କିଂ ପର୍ଯ୍ୟନ୍ତ ପହଞ୍ଚିହେବ । ନୋଏଡ଼ା, ଗ୍ରେଟର ନୋଏଡ଼ା, ଗାଜିଆବାଦ ଓ ପୂର୍ବ ଦିଲ୍ଲୀରେ ସହରୀକରଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ଫଳରେ ଇଣ୍ଡିଆ ଗେଟ ଓ ଆଇଟିପିଓ-ପ୍ରଗତି ମୈଦାନ ନିକଟରେ ସଡ଼କ ପଥରେ ଆଗକୁ ଯାତାୟତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଏହି କରିଡରକୁ ଜନସାଧାରଣଙ୍କ ପାଇଁ ଖୋଲି ଦିଆଯାଇଛି ।ଏହି କରିଡରରେ ସ୍ମାର୍ଟ ଫୋନ ପ୍ରବନ୍ଧନ, ଆଧୁନିକ ଭେଣ୍ଟିଲେସନ, ସ୍ୱୟଂଚାଳିତ ଜଳ ନିଷ୍କାସନ ବ୍ୟବସ୍ଥା, ଡିଜିଟାଲ ନିୟନ୍ତ୍ରିତ ସିସିଟିଭି ଓ ସୁଡ଼ଙ୍ଗ ପରି ନୂତନତମ ବିଶ୍ୱସ୍ତରୀୟ ସୁବିଧା ରହିଛି । ତେବେ ଏହି ଅବସରରେ ମୋଦୀ କହିଥିଲେ, ଆଜି ଦିଲ୍ଲୀକୁ କେନ୍ଦ୍ର ସରକାରଙ୍କ ତରଫରୁ ଆଧୁନିକ ଇନଫ୍ରାକଚର ଉପହାର ମିଳିଛି । ସ୍ୱଳ୍ପ ସମୟ ମଧ୍ୟରେ ଏହି କରିଡରକୁ ପ୍ରସ୍ତୁତ କରିବା ଏକ ସହଜସାଧ୍ୟ କାର୍ଯ୍ୟ ନଥିଲା । ଦିଲ୍ଲୀର ବ୍ୟସ୍ତବହୁଳ ସଡ଼କପଥ ନିକଟରେ ଏହି କରିଡର ନିର୍ମିତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: