ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଶ୍ଳୀଳ ଗାଳି

କଳାହାଣ୍ଡି;୧/୬: କଳାହାଣ୍ଡି ଜିଲ୍ଲା ଜୟପାଟଣାର ଜଣେ ଯୁବକ ବିଭିନ୍ନ ସମୟରେ ଫେସବୁକରେ ପୋଷ୍ଟ କରି ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ମୋଦିଙ୍କ ଅଛେଦିନକୁ ତାତ୍ସଲ୍ୟ କରି ନିଜ ଫେସବୁକରେ ପୋଷ୍ଟ କରିବା ଯୁବକକୁ ମହଙ୍ଗା ପଡିଛି। ସମ୍ପୃକ୍ତ ଯୁବକ ନାଁରେ ଜୟପାଟଣା ଥାନାରେ ମାମଲା ରୁଜ୍ଜୁ କରାଯାଇଛି।ଜୟପାଟଣା ଶିବମନ୍ଦିର ପଡାର ଦିବାକର ପରିଡା ଫେସବୁକରେ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଅଶ୍ଳୀଳ ଗାଳି କରିବା ଏବଂ ମୋଦୀ ଭକ୍ତମାନଙ୍କୁ ମଧ୍ୟ ଖରାପ ଭାଷାରେ ଗାଳି ଦେଇ ସାମାଜିକ ଗଣାମାଧ୍ୟମରେ ଅପମାନିତ କରିଥିବାରୁ ଭାରତୀୟ ଜନତାପାର୍ଟି ଜୟପାଟଣା ବ୍ଲକର ତିନୋଟି ଜଣ ସଭାପତିଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ଜୟପାଟଣା ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: