ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଏବଂ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ)। ଏହି ମାମଲାରେ ଇଡି ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ହାଜର ହେବାକୁ ସମନ ଜାରି କରିଥିଲା। ଏହା ପରେ ରିୟା ଶୁକ୍ରବାର ଇଡିରେ ହାଜର ହୋଇଛନ୍ତି। ଇଡି ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଛନ୍ତି। ସେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା।
ସୂଚନା ଅନୁସାରେ, ଇଡି ସମ୍ମୁଖରେ ହାଜର ହେବାକୁ ରିୟା ପ୍ରଥମେ ମନା କରିଦେଇଥିଲେ। ଏ ନେଇ ସେ ଇଡିକୁ ଏକ ମେଲ୍ କରି ଜଣାଇଥିଲେ ଯେ, ଯେପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଶୁଣାଣି ଶେଷ ନ ହୋଇଛି, ସେ ପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରା ନ ଯାଉ। ତେବେ ରିୟାଙ୍କ ଏହି ଆବେଦନକୁ ଇଡି ଖାରଜ କରିଦେଇଥିଲା। ଆଜି ଅର୍ଥାତ ଅଗଷ୍ଟ ୭ରେ ରିୟାଙ୍କୁ ଇଡି ନିକଟରେ ହାଜର ହେବାକୁ କୁହାଯାଇଥିଲା। ଏହା ପରେ ରିୟା ଇଡିରେ ହାଜର ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |