ପ୍ରସବ ପରେ ଜୀବନ ହାରିଲେ କରୋନା ଯୋଦ୍ଧା ଦୀପ୍ତିମୟୀ

ଗଞ୍ଜାମ,୩୧/୫(ମନୋଜ କୁମାର ପାତ୍ର):ଜୀବନ ମୃତ୍ୟୁର ସଂଗ୍ରାମ ଭିତରେ କେତେବେଳେ କରୋନା କାହାକୁ କବଳିତ କରିବ ସେଇଟା ଅନୁମାନ କରି ହେଉନାହିଁ।ପୁଣି କରୋନାରେ ଜୀବନ ହାରିଲେ ଆଉ ଜଣେ କରୋନା ଯୋଦ୍ଧା।କୁକୁଡାଖଣ୍ଡି ବ୍ଲକର ପଦରବାଲି ଛକର ଅଙ୍ଗନବାଡି କର୍ମୀ ଦୀପ୍ତିମୟୀ ଦେବୀ କରୋନା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିନ୍ତୁ ବିଡ଼ମ୍ବନାର କଥା ସେ ସିନା ଜୀବନ ଯୁଦ୍ଧରେ ହାରି ଗଲେ ହେଲେ ମାତୃତ୍ବ ଆଜି ଜିତି ଯାଇଛି।ଦୀପ୍ତିମୟୀ ଦେବୀ ଆଜି ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।ପ୍ରସବ କାଳରେ ମଧ୍ୟ ସେ କରୋନା ସହ ଲଢେ଼ଇ ଜାରୀ ରଖିଥିଲେ ନିଜେ ନିଜକୁ ଲୋକଙ୍କର ସେବାରେ ହଜେଇ ଦେଇଥିଲେ।ତେବେ ସେବା କରୁ କରୁ ସେ କରୋନାରେ ଆକ୍ରାନ୍ତ ହୋଇ ଗତ ଶୁକ୍ରବାର ଠାରୁ ବ୍ରହ୍ମପୁର କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ପୂର୍ବରୁ ମଧ୍ୟ ଏକ କନ୍ୟା ତିନି ବର୍ଷର ସନ୍ତାନ ଥିଲା।ସେ ଗତ ଶୁକ୍ରବାର ଠାରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।ସେ କୋଭିଡ଼ ପରୀକ୍ଷା କରିବା ପରେ ପୋଜିଟିବ ହେଲେ ଏବଂ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ। କଥା ସେତିକିରେ ନଥିଲା ସେ ଗର୍ଭବତୀ ଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ଭାବରେ ଚିକିତ୍ସାର ପ୍ରବନ୍ଧ କରାଯାଇଥିଲା।ଆଜି ସକାଳେ ସେ ଏକ କନ୍ୟା ସନ୍ତାନ ପ୍ରସବ ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଭଳି ଘଟଣା ଆଜି ସାରା କୁକୁଡାଖଣ୍ଡି ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ହେବା ସହ ଚାରିଆଡେ ଶୋକର ଛାୟା ଖେଳି ଯାଇଛି।ବ୍ରହ୍ମପୁର ନିଳକଣ୍ଠେଶ୍ୱର ସ୍ମଶାନରେ ଶବ ସତ୍କାର ହୋଇଥିଲା।ଏହି ସମୟରେ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର,ସିଡିପିଓ କୁସୁମ କୁମାରୀ ସାହୁଙ୍କ ସମେତ ଦୁଇ ଜଣ ପୋଲିସ ଅଧିକାରୀଙ୍କ ସମେତ ଦୀପ୍ତିମୟୀଙ୍କ ପରିବାର ଲୋକ ଉପସ୍ଥିତ ଥିଲେ।

WhatsApp Image 2021 05 31 at 8.34.52 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: