ପ୍ରହସନ ପାଲଟିଛି ବାହ୍ୟ ମଳ ମୁକ୍ତ ଗାଁ ଫଳକ

ରାଜକନିକା,୧୬/୬:ରାଜକନିକା ବ୍ଲକ ଅନ୍ତର୍ଗତ ପ୍ରାୟତଃ ବହୁ ପଞ୍ଚାୟତର ରାଜସ୍ବ ଗ୍ରାମମାନଙ୍କର ପ୍ରବେଶ ପଥରେ ଏବେ ଏବେ ଏକ କଂକ୍ରିଟ ତିଆରି ଫଳକ ପୋତା ଯିବାକୁ ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟିକରିଛି ।ଫଳକଟି ଜିଲ୍ଲା ଜଳ ଓ ପରିମଳ ବିଭାଗ ସୈଜନ୍ୟରୁ ଲେଖା ହୋଇଥିବାର ଜଣା ପଡିଛି।ଏଥିରେ ନିର୍ଦ୍ଦିଷ୍ଟ ଗାଁ ବାହ୍ୟ ମଳ ମୁକ୍ତ ବୋଲି ଉଲ୍ଲେଖ ଅଛି ବୋଲି ପରିଷ୍କାର ଭାଵେ ଲେଖା ଯାଇଥିଵା ଯୋଗୁଁ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ଯେଉଁ ଆଧାରରେ ବାହ୍ୟ ମଳ ମୁକ୍ତ ଗାଁ ପ୍ରମାଣପତ୍ର ମିଳିବା କଥା ତାହା ସଂପୃକ୍ତ ଗ୍ରାମକୁ ମିଳିଛି ତ? ଏ ବିଷୟରେ ପ୍ରାକ୍ତନ ସରପଞ୍ଚ ଅଭିମନ୍ୟୁ ବାରିକ୍ କହନ୍ତି ଯେ ଗ୍ରାମରେ ଏବେବି ବହୁ ଲୋକ ସକାଳ ସଞ୍ଜରେ ବାହାରକୁ ମଳ ତ୍ୟାଗ ପାଇଁ ଯିବାର ଦୃଶ୍ୟ ଦେଖିଲା ପରେ ଗାଁ କୁ ଫଳକରେ ଖାଲି ବାହ୍ୟ ମଳ ମୁକ୍ତ ଘୋଷଣା ହାସ୍ୟାସ୍ପଦ ଘଟଣା । ସେଇ ଭଳି ନମତରା ସରପଞ୍ଚ ହୃଦାନନ୍ଦ ଦାସଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି,ଯେ ମୋ ପଞ୍ଚାୟତରେ ଏଭଳି ଫଳକ ମରାଯିବା ସେ ଜାଣନ୍ତି ନାହିଁ । ବହୁ ସଚେତନତା ସୃଷ୍ଟି କଲା ପରେ ବି ଏଵେ ସତୁରୀ ଭାଗ ଲୋକ ଵାହାରେ ମଳ ତ୍ୟାଗ କରୁଥିବାର ନଜରକୁ ଆସିଛି।ତେବେ ବାହ୍ୟ ମଳ ମୁକ୍ତ ଗାଁ ଫଳକ ମରାଯିବା ସମ୍ପୂର୍ଣ୍ଣ ପ୍ରହସନ ଆଉ ନିୟମ ବିରୁଦ୍ଧ ମଧ୍ୟ। ଏହା ଲୋକଙ୍କୁ ମିଛଟାରେ ଭ୍ରମିତ କରୁଛି। ଆଉ ମଧ୍ୟ ନମତରା ଅଙ୍ଗନବାଡ଼ି କର୍ମୀ ତଥା ଗାଁ କଲ୍ୟାଣ ସମିତିର ଆବାହିକା ଶୁଭ୍ରକେସୀ ନାୟକଙ୍କୁ ପଚାରିଲା ପରେ ସେ କହିଥିଲେ ଯେ ଲୋକଙ୍କୁ ଆମେ ବାହାରେ ମଳ ତ୍ୟାଗ ନ କରିବାକୁ ପରାମର୍ଶ ଦେଵା ସତ୍ତ୍ବେ ବି ଅମାନିଆ ହୋଇ ସେମାନେ ବାହାରକୁ ଯାଉ ଛନ୍ତି ବୋଲି କହିଥିଲେ। ଅପରପକ୍ଷେ ଦେଖିଵାକୁ ଗଲେ ଗାଁ ମାନଙ୍କରେ ଏଭଳି ଫଳକ ମରାଯିବା ସହ ସେଥିରେ ଵାହ୍ୟ ମଳ ମୁକ୍ତ ଗାଁ ଘୋଷଣାର ବର୍ଷ ଆଉ ତାରିଖ ଲେଖା ଯାଇ ନ ଥିବାରୁ ଲୋକଙ୍କ ମନରେ ସନ୍ଦେହ ଜାତ ହେଇଛି। ସାଧାରଣତଃ କେତେକ ନିୟମ ଆଉ ମାପଦଣ୍ଡ ଆଧାରରେ ପ୍ରତ୍ୟେକ ଗାଁ ବାହ୍ୟ ମଳ ମୁକ୍ତ ଗାଁ ହେବାର ସାର୍ଟିଫିକେଟ ପାଇଥାଏ ।ହେଲେ ଏ କ୍ଷେତ୍ରରେ ଯେଉଁ ଠି ପଞ୍ଚାୟତ ମୁଖିଆ, ଗାଁ କଲ୍ୟାଣ ସମିତି ଓ ଗ୍ରାମର ବୁଦ୍ଧିଜିଵୀ ଫଳକ ମରାଯିବା କଥା ଜାଣନ୍ତି ନାହିଁ ବୋଲି କହିଲା ବେଳେ ଏହା କେବଳ କାଗଜ କଲମରେ ଏଭଳି ସାର୍ଟିଫିକେଟ ପାଇଥିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥଳେ ଗାଁ ବାହ୍ୟ ମଳ ମୁକ୍ତ ଅଞ୍ଚଳ ଘୋଷଣା ନିଶ୍ଚିତ ଭାବେ ପ୍ରଶଂସନୀୟ ହେଲେ ବାହାରେ ମଳ ତ୍ୟାଗ କରୁ ଥିବା ଚିତ୍ର ଦେଖିଲା ପରେ ଏଭଳି ମିଛ ପ୍ରଚାର ଯେ ହାସ୍ୟାସ୍ପଦ ତାହା ଫଳକ ଦେଖିଲା ପରେ ହିଁ ବୁଝାପଡୁଛି। ଜିଲ୍ଲା ଜଳ ଓ ପରିମଳ ଵିଭାଗ ଏହି ଘଟଣା ସମ୍ପର୍କରେ ସଠିକ ଅନୁଧ୍ୟାନ କରି ଫଳକ ଲଗାଇବାକୁ ସାଧାରଣରେ ଦାବି ହେଉଛି ।` ମିଥ୍ୟା ଫଳକ ମାରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାଜ୍ୟାନୁଷ୍ଟନ ଗ୍ରହଣ କରିବାକୁ ଦାବି ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: