ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅନାମବନ୍ଧୁଙ୍କ ସ୍ମୃତିରେ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା,୧୫ା୯ : ଦିବଂଗତ ଯୁବନେତା ତଥା କେନ୍ଦ୍ରାପଡା ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅନାମ ବନ୍ଧୁ ଧଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନାମବନ୍ଧୁ ଧଳ ସ୍ମୃତି କମିଟି ପକ୍ଷରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତ ସମିତି ସଭ୍ୟା ମମତାରାଣୀ ଧଳଙ୍କ ସଂଯୋଜନାରେ ଗୋଗୁଆ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପ୍ରଥମେ ଅନାମବନ୍ଧୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ବିଧାୟକ ଶ୍ରୀ ବେହେରା । ସମୁଦାୟ ୭୭ ୟୁନିଟ୍ ରକ୍ତ ଏହି ଶିବିରରେ ସଂଗୃହିତ ହୋଇଥିଲା । ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଯୁବ ବିଜେଡି ସଭାପତି ରାଜେଶ ଦାସ, ସରପଂଚ ପ୍ରିୟଦର୍ଶିନୀ ତରେଇ, ସିତାସୁନ୍ଦରୀ ମଲ୍ଲିକ, ପ୍ରଦ୍ୟୁମ୍ନ ଜେନା, ଗଗନବିହାରୀ ସାହୁ, ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, କାଦମ୍ବିନୀ ମହାପାତ୍ର, ସମିତି ସଭ୍ୟ ସନ୍ତୋଷ କୁମାର ବେହେରା, ହେମନ୍ତ ବିଶ୍ୱାଳ, ପ୍ରସନ୍ନ ରାଉତ ଓଡିଶା ମୋ ପରିବାର ପକ୍ଷରୁ ସଂଯୋଜକ କାଳିପ୍ରସାଦ ମିଶ୍ର ଓ ସହସଂଯୋଜକ ହିରଣ୍ୟ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ମିଟୁ ମନୋଜ ନାୟକ, ସିରାଜ ଖାନ୍‌, ପ୍ରମୋଦ କୁମାର ପ୍ରଧାନ, ଅଶୋକ ବରାଳ, ଶରତ ସାମଲ, ନାରାୟଣ ସ୍ୱାଇଁ, ରମେଶ ସାହୁ, ପ୍ରଭାତ କୁମାର ସାହୁ, ବିଜୟ କୁମାର ମଣ୍ଡଳ, ପ୍ରିୟବ୍ରତ ପରିଡା, ଖଗେଶ୍ୱର ସ୍ୱାଇଁ ମୁରଲୀଧର ଦାସ, ଧ୍ରୁବ ଚରଣ ପଲାଇ, ଅରୁଣ କୁମାର ମଳିକ, ଦିବାକର ପ୍ରଧାନ, ତ୍ରିଲୋଚନ ପାତ୍ର, ଶତୃଘ୍ନ ବିଶ୍ୱାଳ, ଦୟାନିଧି ବଳ, ଓଷିମୁଦ୍ଦିନ ଖାଁ, ଉମାକାନ୍ତ ମହାରଣା, ନିର୍ମଳ ବଳ, ବିଚିତ୍ରାନନ୍ଦ ଜେନା, ପବିତ୍ର ବଳ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଯୁବନେତା ଅସିତ ବନ୍ଧୁ ଧଳ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଅର୍ପଣ କରିଥିଲେ ।

DIBANGATA YUBA NETA ANAMABANDHU DHALANKA SMRUTIRE RAKTA DANA SIBIRA

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: