ପ୍ରାକ୍‌ନିର୍ବାଚନୀ ହିଂସାକାଣ୍ଡ,ସରପଞ୍ଚ ପ୍ରାର୍ଥୀଙ୍କୁ ବ୍ଲେଡରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ରାଜକନିକା,୩୦/୦୧: ପ୍ରାକ୍‌ନିର୍ବାଚନୀ ହିଂସାକାଣ୍ଡ,ସରପଞ୍ଚ ପ୍ରାର୍ଥୀଙ୍କୁ ବ୍ଲେଡରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ| କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ପ୍ରାକ୍‌ନିର୍ବାଚନୀ ହିଂସାକାଣ୍ଡ ଘଟିଛି । ରାଜକନିକା ବ୍ଲକ୍‌ ଜୟନଗର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରତାପ ରାଉତଙ୍କ ଉପରେ ରାତି ପ୍ରାୟ ୯ଟା ବେଳେ ମରଣାନ୍ତକ ଆକ୍ରମଣ ହୋଇଛି । ସେ ପ୍ରଚାର ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ବ୍ଲେଡ୍‌ରେ ଆକ୍ରମଣ କରିଛନ୍ତି । ପ୍ରାର୍ଥପତ୍ର ପ୍ରତ୍ୟାହାର ପାଇଁ ତାଙ୍କୁ ଧମକ ଦିଆଯାଇଥିବା ବେଳେ ସେ ନ ଶୁଣିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ସେ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୯ଟା ବେଳେ ଜୟନଗର ପଞ୍ଚାୟତରେ ନୂତନ ଭାବେ ଗଠିତ ‘ଜାଗ୍ରତ ଜୟନଗର ଅଭିଯାନ’ର ପ୍ରାର୍ଥୀ ପ୍ରତାପ କୁମାର ରାଉତ ନିଜ ସମର୍ଥକଙ୍କ ସହ ରାଉଳିଆ ଛକ ଦେଇ ନିଜ ଗ୍ରାମ ଟଣେଇପଦାକୁ ଫେରୁଥିଲେ । ଏହି ସମୟରେ ରାସ୍ତାରେ ୨ ଜଣ ଅଚିହ୍ନା ଯୁବକ ସେମାନଙ୍କୁ ଅଟକାଇ ହଠାତ୍‌ ମୁଣ୍ଡ ପଛପଟୁ ବ୍ଲେଡ୍‌ରେ ଆକ୍ରମଣ କରିବା ସହ ମାଡ଼ ମାରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପ୍ରତାପଙ୍କ ସହ ଥିବା ତାଙ୍କର ସମର୍ଥକମାନେ ତାଙ୍କୁ ତୁରନ୍ତ ରାଜକନିକା ମେଡିକାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପ୍ରତାପ ରାଜକନିକା ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: