କଟକ, ୨୫/୬/୨୨ :- କଟକ ସଦର ବ୍ଲକ ଅଧିନସ୍ତ ନିମେଇଁସାପୁର ପଞ୍ଚାୟତର ନାହାଭଙ୍ଗା ଗ୍ରାମର ଶମ୍ବୁ ବେହେରାଙ୍କ ଘରର ପ୍ରାୟ କୋଡିଏ ଫୁଟ ତଳୁ ମିଳିଛି ପ୍ରାୟ ଦଶ ଗୋଟି ଦେବଦେବୀଙ୍କ ପ୍ରତିମା। ପ୍ରତିମା ମାନଙ୍କ ମଧ୍ୟରେ ଗରୁଡ଼ ଏବଂ ନାରାୟଣ ପରି ପ୍ରତୀୟମାନ ହେଉଥିବା ଦଶ ଗୋଟି ମୂର୍ତ୍ତି। ପ୍ରତ୍ୟେକଦର୍ଶୀଙ୍କ କହିବା ଅନୁଯାୟୀ ଏସବୁ ଅତ୍ୟନ୍ତ ପ୍ରାଚୀନ କାଳର ବୋଲି ଜଣାଯାଇଛି। ଶମ୍ଭୁ ବେହେରାଙ୍କ କହିବା କଥା ତାଙ୍କ ଘରର ନିର୍ଦିଷ୍ଟ କୋଣର ମାଟି ତଳେ ଦେବଦେବୀ ମୂର୍ତ୍ତି ଥିବାର ସ୍ୱପ୍ନାଦେଶ ହେବା ପରେ, ସେ ଉକ୍ତ ସ୍ଥାନକୁ କୋଡିଏ ଫୁଟ ଖୋଳିବା ପରେ ଏହି ସବୁ ମୂର୍ତ୍ତି ଗୁଡିକୁ ପାଇଲେ। ଏହି ମୂର୍ତ୍ତି ଗୁଡିକ ଅତ୍ୟନ୍ତ ପ୍ରାଚୀନ ବୋଲି ଦାବି କରିବା ସହ ଯଥା ରୀତି ଅନୁଯାଇ ପୂଜାର୍ଚ୍ଚନା ଚାଲୁ ରଖିଛନ୍ତି ଶମ୍ଭୁ। ଏଭଳି ଅବିଶ୍ୱାସଯୋଗ୍ୟ ଖବର ପ୍ରସାରିତ ହେବା ପରେ ସେ ଅଞ୍ଚଳରେ ଜନ ସମାଗମ ଯଥେଷ୍ଟ ବୃଦ୍ଧିପାଇଛି। ଏ ଏସ ଆଇ ର ନଜରକୁ ଆସିବା ପରେ ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହେଇଛି। ମୂର୍ତ୍ତି ଗୁଡିକର ନିର୍ମାଣ ଶୈଳୀରୁ ଏହା ଅତ୍ୟନ୍ତ ପ୍ରାଚୀନ ବୋଲି ଭାବିବା ସନ୍ଦେହ ସୃଷ୍ଟି କରୁଛି। ଏସବୁ ତଦନ୍ତରୁ ସ୍ପଷ୍ଟ ପ୍ରମାଣିତ ହେବ। ଶମ୍ଭୁ ବେହେରାଙ୍କ ଘର ମଧ୍ୟରୁ ମିଳିଥିବା ମୂର୍ତ୍ତି ଗୁଡିକ ଏକ ସଂକୀର୍ଣ୍ଣ ସ୍ଥାନରୁ ଅର୍ଥାତ ଦଶ ଫୁଟ ରୁ ଦଶ ଫୁଟ ସ୍ଥାନ ମଧ୍ୟରୁ ଉଦ୍ଧାର ହେଇଛି। ଯଦି ଏହା ପ୍ରାଚୀନ କାଳର, ତାହେଲେ ଏତେ ଗୁଡ଼ାଏ ମୂର୍ତ୍ତି କେଉଁ ଉଦ୍ଦେଶ୍ୟରେ ସୀମିତ ସ୍ଥାନରେ ରଖିଥିଲେ। ଏଇଭଳି କିଛି ଅସମାହିତ ପ୍ରଶ୍ନ କିଛି ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରୁଥିବାରୁ ପ୍ରଶାସନ ତରଫରୁ ଏ ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଯଦି ଘଟଣାର ସତ୍ୟତା ଥାଏ, ତେବେ ତୁରନ୍ତ ସେ ଅଞ୍ଚଳକୁ ବିଶେଷଜ୍ଞ ମାନଙ୍କୁ ଆଧୁନିକ ଉପକରଣ ସହ ପଠାଇ ସଠିକ ଭାବେ ତଦନ୍ତ କରି ଲୁକ୍କାୟିତ ପ୍ରାଚୀନ ସଭ୍ୟତାର ସମସ୍ତ କୀର୍ତିରାଜି ଲୋକଲୋଚନକୁ ଆଣିବା ଆବଶ୍ୟକ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |