ନୂଆଦିଲ୍ଲୀ,୨୩/୦୯ : ୭୫ ବର୍ଷର ଉଦ୍ଧ୍ୱର୍ ବୟସର ଗଛକୁ ସରକାର ଦେବେ ପେନସନ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏଭଳି ଘୋଷଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏଥିପାଇଁ ସେ ଏକ ଯୋଜନା କରିଛନ୍ତି । ଯୋଜନାର ନାମ ରହିଛି ପ୍ରାଣବାୟୂ ଦେବତା ପେନସନ ଯୋଜନା । ଯେଉଁ ଯୋଜନାରେ ୭୫ ବର୍ଷରୁ ଉଦ୍ଧ୍ୱର୍ ବୟସର ଗଛକୁ ବାର୍ଷିକ ଅଢେ଼ଇ ହଜାର ଟଙ୍କାର ପେନସନ ମିଳିବ । ସାରା ରାଜ୍ୟରେ ଏଭଳି ଗଛକୁ ଠାବ କରାଯିବ । ସ୍ଥାନୀୟ ଲୋକମାନେ ଗଛର ଯତ୍ନ ନେବେ । ବିଶ୍ୱ କାର ମୁକ୍ତ ଦିବସ ଅବସରରେ ସେ ଏହି ଘୋଷଣା କରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀ ବିଧାୟକମାନେ ସାଇକେଲରେ ନିଜ ବାସଭବନରୁ ସଚିବାଳୟ ଯାଇଥିଲେ । ସେହିପରି ଖୁବଶୀଘ୍ର ହରିୟାଣା ସରକାର ବୈଦ୍ୟୁତିକ ଗାଡ଼ି ନୀତି ଆଣିବାକୁ ଯାଉଛନ୍ତି । ଯେଉଁଥିରେ ବୈଦ୍ୟୁତିକ ଗାଡ଼ି କିଣିଲେ ସ୍ୱତନ୍ତ୍ର ସବସିଡ଼ର ବ୍ୟବସ୍ଥା କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |