ପାଟଣାଗଡ଼ ୧୧/୦୪: ପାଟଣାଗଡ଼ ବ୍ଲକ ଶୁନାମୁଦି ଗାଁରେ ଥିବା ବାପୁଜି ହାଇସ୍କୁଲରେ ଅଘଟଣ । ପ୍ରାର୍ଥନା ବିଳମ୍ବ ହେବାରୁ ଭୂଗୋଳ ଶିକ୍ଷକ ଛାତ୍ରୀମାନଙ୍କୁ ୫୦ଥର କାନ ଧରି ଉଠ ବସ କଲେ । ଫଳରେ ୭ ଜଣ ଛାତ୍ରୀ ବେହୋସ ହୋଇ ପଡିଯାଇଥିଲେ । ସଂଗେ ସଂଗେ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଛି । ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସିତ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |