ପ୍ରେସ କ୍ଲବ ଉମରକୋଟର ନୂତନ ସଭ୍ୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଉମରକୋଟ,୨୮/୭(ଭୋଦେବ ଗୌଡ଼):ପ୍ରେସ୍ କ୍ଲବ ଉମରକୋଟ ର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓ କ୍ଲବ ରେ ସଦସ୍ୟ ଭାବରେ ଯୋଗ ଦେବାକୁ ଆବେଦନ କରିଥିବା ୫ଜଣ ସଦସ୍ୟ ଙ୍କୁ କ୍ଲବ ର ସଦସ୍ୟ ଭାବରେ ରେ ଗ୍ରହଣ କରାଯାଇଥିଲା । ଏହି ନବାଗତ ସାମ୍ବାଦିକ ମାନଙ୍କୁ କ୍ଲବ ପକ୍ଷ ରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

WhatsApp Image 2021 07 28 at 7.53.02 PM

ଏହି କାର୍ଯ୍ୟକ୍ରମରେ ଉମରକୋଟ ପ୍ରେସ୍ କ୍ଲବ ସଭାପତି ମହେଶ୍ୱର ବେହେରା, ଉପସଭାପତି ସଂଜିତ୍ ବିଶ୍ୱାସ,ସାଧାରଣ ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ,ଯୁଗ୍ମ ସମ୍ପାଦକ ଅନୁରାଗ ପଟନାୟକ ଓ ଯୁଗଳ କିଶୋର ସାହୁ,କୋଷାଧ୍ୟକ୍ଷ ସନ୍ତୋଷ ପାତ୍ର,ମିଡ଼ିଆ ସଂଯୋଜକ ଗିରିଧର ମାଝୀ, ଆଇନ ପରାମର୍ଶ ଦାତା ବରିଷ୍ଠ ସାମ୍ବାଦିକ ନଳିନୀ ରଞ୍ଜନ ମିଶ୍ର, ଉପଦେଷ୍ଟା ଦୂର୍ଗା ପ୍ରସାଦ ମଲ୍ଲିକ,ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ସତ୍ୟବ୍ରତ ସାମଲ ଯୋଗ ଦେଇଥିଲେ । ଉପସ୍ଥିତ ମଞ୍ଚାସିନ ବରିଷ୍ଟ ସାମ୍ବାଦିକ ମାନେ ନିଜ ଭାଷଣ ରେ ସାମ୍ବାଦିକ ଦ୍ୱାରା ସମାଜ ର ଉନ୍ନତି ଆଣିବାକୁ ପ୍ରୟାସ କରିବା ସହ ସତ୍ୟ ନିରପେକ୍ଷ ଖବର ଉପରେ ଦୃଷ୍ଟି ଆକର୍ଷଣ ସହ ସବୁବେଳେ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ସହ ସମାଜ କୁ ବିଭିନ୍ନ ବିଷୟରେ ସଚେତନ କରିବାକୁ କୁ ବରିଷ୍ଠ ପରାମର୍ଶ ଦେଇଥିଲେ। ନବାଗତ ସତ୍ୟ ନାରାୟଣ ରାଉତ, ବିଜୟାନନ୍ଦ ପତି,ରଜନୀକାନ୍ତ ପାତ୍ର,ରବୀନ୍ଦ୍ର ସ୍ବାଇଁ, କୁନା ସାହୁ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପ ଢ଼ୈକନ ଦେଇ ସ୍ୱାଗତ କରାଯାଇଥିଲା। ଏହି ସଭା ରେ ସମସ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ ପ୍ରେସ କ୍ଲବ ର ସାଧାରଣ ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ ।

WhatsApp Image 2021 07 28 at 7.53.04 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: