ଫରିଦାବାଦରେ ଭାରତର ସବୁଠାରୁ ବଡ଼ ଘରୋଇ ହସ୍‌ପିଟାଲର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଫରିଦାବାଦ,୨୪।୮: ଫରିଦାବାଦରେ ୨୬୦୦ ବେଡ୍ ବିଶିଷ୍ଟ ଘରୋଇ ହସ୍‌ପିଟାଲର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ|ହରିୟାଣାର ଫରିଦାବାଦରେ ୨୬୦୦ ବେଡ୍ ବିଶିଷ୍ଟ ଭାରତର ସବୁଠାରୁ ବଡ଼ ଘରୋଇ ହସ୍‌ପିଟାଲର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ହସ୍‌ପିଟାଲ୍‌ରେ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକୁ ସୁବିଧା ସୁଯୋଗ ରହିବା ସହିତ ସେଣ୍ଟ୍ରାଲଜ୍ଡ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଲାବୋରୋଟାରୀ ମଧ୍ୟ ରହିଛି। ଏହି ଉଦ୍‌ଘାଟନୀ ଉତ୍ସବରେ ହରିୟାଣା ରାଜ୍ୟାପଳ ଭଣ୍ଡାରୁ ଦତ୍ତାତ୍ରେୟ ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଉପସ୍ଥିତ ଥିଲେ। ଉଦଘାଟନୀ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି “ ଆଧୁନିକତା ଓ ଟେକ୍ନୋଲୋଜୀର ସହଯୋଗରେ ଭାରତର ସ୍ୱାସ୍ଥ୍ୟକ୍ଷେ ଏହି ଅତ୍ୟାଧୁନିକ ଅମ୍ରିତା ହସ୍‌ପିଟାଲକୁ ୧୩୦ ଏକର ଜମିରେ ତିଆରି କରାଯାଇଛି। ୭ ମହଲା ରିସର୍ଚ୍ଚ ବ୍ଲକ୍ ବିଶିଷ୍ଟ ଏହି ହସ୍‌ପିଟାଲ ମାତା ଅମୃତାନନ୍ଦମୟୀ ମଠର ସହଯୋଗରେ ୬ ବର୍ଷରେ ତିଆରି କରାଯାଇଛି। ତେବେ ପ୍ରଥମରୁ ୫୦୦ ସଯ୍ୟାରେ ଏହି ହସ୍‌ପିଟାଲ କାମ କରିବ। ପରେ ଧୀରେ ଧୀରେ ଆସନ୍ତା ୫ ବର୍ଷରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!