ଫାଇଭ-ଟି ଅଭିଯାନରେ ସ୍ୱଚ୍ଛ ଶାସନରେ ନବ ନିର୍ବାଚିତ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ :

ଭୁବନେଶ୍ବର,୦୨/୦୬: ରାଜଧାନୀର କିଟ୍ ପରିସରରେ ନବନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।  ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି , ଯେ ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଞ୍ଚାୟତର ମଙ୍ଗ ଧରିଛନ୍ତି । ଏହାଦ୍ବାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ବପ୍ନ ସାକାର ହୋଇଛି । ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଞ୍ଚାୟତର ଗୁରୁତ୍ବ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ, ସରକାରୀ ସେବା ପାଇବାରେ ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ,ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟାଇମ, ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତା ଓ ରୂପାନ୍ତର। ୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରନ୍ତୁ , ଏହାଦ୍ବାରା ଆପଣଙ୍କ ଗାଁ, ଆପଣଙ୍କ ପଞ୍ଚାୟତର ପରିବର୍ତ୍ତନ, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିବ ।ଜନସାଧାରଣ ଆମ ଉପରେ ଆସ୍ଥା ରଖିଛନ୍ତି, ଭରସା ରଖିଛନ୍ତି ବୋଲି ମତବ୍ୟକ୍ତ କରି ଲୋକଙ୍କୁ କେବେ ନିରାଶ ହେବାକୁ ଦେବା ନାହିଁ । ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ବ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିବେ, ନିଜ କାମ ଦ୍ବାରା ନିଜ ନିଜ ଅଞ୍ଚଳରେ ବିକାଶର ଦୂତ ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଛନ୍ତି । ଲୋକଙ୍କ ଆସ୍ଥା ପ୍ରକଟ କରିଥିବା ନେତା ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କିଭଳି ପୂରଣ କରାଯିବ ତାହା ଉପରେ କର୍ମଶାଳାରେ ଗୁରୁତ୍ୱ ଦେଇଛନ୍ତି। ବିଶେଷକରି ଗ୍ରାମାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଉପରେ ଫୋକସ କରାଯିବ। ଏହା ସହ ଲୋକଙ୍କ ପାଖରେ ସହଜରେ ସମସ୍ତ ସେବା ପହଞ୍ଚାଇବା ସମ୍ପର୍କରେ ପରାମର୍ଶ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ସରପଞ୍ଚମାନେ ଉପସ୍ଥିତ ରହିଛନ୍ତି ।ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ  କହିଛନ୍ତି ଯେ, ‘ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ଆସନ୍ତା ୧୨ ମାସ ମଧ୍ୟରେ ଏହି ଫେଡେରେସନ ଗଠନ ହେବ । ନିଷ୍ପତ୍ତି ନେବା ଦକ୍ଷତା ଥିବା ମହିଳାଙ୍କ ଭାଗିଦାରୀ ବୃଦ୍ଧି ମରାଯିବାର ଲକ୍ଷ୍ୟ ରଖାଯାଇଛି । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି । ୩ ବର୍ଷରେ ୫୦୦ ମିଶନ ଶକ୍ତି ବଜାର ତିଆରି ହେବ । ବିଦେଶରେ ଓଡ଼ିଶା ମହିଳାଙ୍କ ଦ୍ୱାରା ଉତ୍ପାଦ ତିଆରି ହେବ । ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକରେ ୫୦୦ ମିଶନ ଶକ୍ତି କାଫେ ହେବ । ରାଜ୍ୟର ମହିଳାଙ୍କ ପାଖକୁ ଯାଇଛି ୬୮୦୦ କୋଟି ଋଣ । ଲାଇନମ୍ୟାନ ହେବେ ମିଶନ ଶକ୍ତି ମହିଳା । ଆସନ୍ତା ବର୍ଷ ଏସଏଚଜି ମହିଳାଙ୍କୁ ଲାଇନ୍ ମ୍ୟାନ ଟ୍ରେନିଂ ଦିଆଯିବ ।’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: