ବ୍ରହ୍ମପୁର,୩୧/୦୩(ମନୋଜ କୁମାର ପାତ୍ର) :ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର ପଞ୍ଚାୟତ ଅଧିନସ୍ଥ ଫାଦ୍ରିପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏସ୍.ଏମ.ସି ( ବିଦ୍ୟାଳୟ ପରିଚାଳନା କମିଟି )ର ତାଲିମ୍ ଶିବିର (ସହଯୋଗ) ତୃତୀୟ ଦିନରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଅଛି lଲାଞ୍ଜିଆ ନବନିର୍ବାଚିତ ସରପଞ୍ଚ ମାନ୍ୟବର ଶ୍ରୀମାନ ଅନୀଲ କୁମାର ଗୌଡ଼ ଓ ସାଥୀ ଶ୍ରୀମାନ ପଦ୍ମଲୋଚନ, ଦକ୍ଷିଣପୁର ସି.ଆର.ସି.ସି ଶ୍ରୀମାନ ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଭଗବାନପୁର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମାନ ରଞ୍ଜନ କୁମାର ପାଣଗ୍ରାହୀ, ଶିକ୍ଷକ ଶ୍ରୀମାନ ମିଟିକ ସ୍ୱାଇଁ ତଥା ଏସ.ଏମ.ସି ସଭାନେତ୍ରୀ/ଅଧ୍ୟକ୍ଷା ଶ୍ରୀମତୀ ଏଲି ଶୋଭା ପାତ୍ର ଓ ସମସ୍ତ ସଦସ୍ୟ/ସଦସ୍ୟା ବୃନ୍ଦ, ପି.ଆର୍.ଆଇ ସଦସ୍ୟା, ଏ.ଡବ୍ଲୁ.ଡବ୍ଲୁ ଶ୍ରୀମତି ରଶ୍ମିତା କୁମାରୀ ନାୟକ, ଆଶା ଦିଦି ଶ୍ରୀମତୀ ସୁଲୋଚନା ପାତ୍ର, ସହଯୋଗୀ ଷ୍ଟାଫ୍ ଶ୍ରୀମତୀ ପ୍ରଭାସିନୀ ପାତ୍ର ତଥା ଛାତ୍ର ଓ ଛାତ୍ରୀ ମାନଙ୍କ ଯୋଗଦାନ ପୂର୍ବକ ଅନ୍ତିମ ଉଦଯାପନ ଉତ୍ସବ ଦିବସର କାର୍ଯ୍ୟକ୍ରମକୁ ସମାପନ କରିଥିବା ଯୋଗୁଁ ଆମେ ଆମ ବିଦ୍ୟାଳୟ ତରଫରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଅଛୁ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |