ବାରିପଦା,୧୭।୯ : ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ବାରିପଦା ସଦରଥାନା ଅନ୍ତର୍ଗତ ରଜାବସା ଗ୍ରାମପଞ୍ଚାୟତ ର ବାଉରା ଠାରେ ଏକ ଖେଳପଡିଆରେ ବଜ୍ରପାତ ।ଏହି ବଜ୍ରପାତରେ ଜଣେ ମୃତ , ତିନି ଆହତ ହେଇଛନ୍ତି । ଆହତ ମାନ ଙ୍କୁ ପିଆରଏମ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ନିକଟସ୍ଥ ଶାଳବଣୀ ଗ୍ରାମର ଅଶୋକ ମୁର୍ମୁ , ବୟସ ୩୦ ହେବ। ଆଜି ବାଉରା ଖେଳପଡିଆରେ ଫୁଟବଲ ମ୍ୟାଚ ଚାଲିଥିଲା । ଫୁଟବଲ ଖେଳ ଦେଖିବାକୁ ଆଖପାଖ ଗାଁ ରୁ ଲୋକମାନେ ରୁଣ୍ଡ ହୋଇଥିଲା । ହଠାତ ବର୍ଷା ସହ ବଜ୍ରାପାତ ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |