ବ୍ରହ୍ମପୁର,୨୧/୯(ମନୋଜ ପାତ୍ର):ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୋଲି ଗ୍ରାମର ଖଳା ସାହି ନିବାସୀ ରାଜେନ୍ଦ୍ର ରେଡ଼ିଙ୍କ ବାସଭବନରେ ରବିବାର ରାତିରେ ଫ୍ରିଜ ମଧ୍ୟରେ ସଟସର୍କିଟ ହୋଇ ବହୁ ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି ।ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବ୍ରହ୍ମପୁର ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ।କିନ୍ତୁ ଏହି ଅଗ୍ନିକାଣ୍ଡ ଘଟିବା ଫଳରେ ବହୁ ଜିନିଷ ପୋଡିଯାଇଥିବା ବେଳେ ଏହି ଘଟଣାକୁ ନେଇ ରାଜେନ୍ଦ୍ରର ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ଖେଳିଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |