ଫ୍ଲାଇଓଭର ଭୁଷୁଡ଼ି ୧୦ ଆହତ

କୋଟା ୧୦/୧୨: ରାଜସ୍ଥାନର କୋଟାରେ   ନିର୍ମାଣାଧୀନ ଫ୍ଲାଇଓଭରର ଗୋଟିଏ ପାର୍ଶ୍ବ ଭୁଷୁଡ଼ି ପଡ଼ିବାରୁ ୧୦ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳ ସମ୍ମୁଖରେ ଏକ ସପିଂ ମଲ୍ ମଧ୍ୟ ରହିଛି। କୁହାଯାଉଛି ଯେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଫ୍ଲାଇଓଭର ଖସି ପଡ଼ିବା ପଛର କାରଣ ଜଣା ପଡ଼ିପାରି ନାହିଁ। ସମସ୍ତ ଆହତ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ୧୦ଜଣଙ୍କ ମଧ୍ୟରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଯେଉଁ ସ୍ଲାବ୍ ତଳେ ଭୁଷୁଡ଼ିଛି,ତାହାକୁ ୪୫ଫୁଟ ଲମ୍ବା ଏବଂ ୩୫ଫୁଟ ଚଉଡ଼ା ନିର୍ମାଣ କରାଯାଉଥିଲା। ଫ୍ଲାଇଓଭରର ଗୋଟିଏ ପାର୍ଶ୍ବ ଭୁଷୁଡ଼ି ପଡ଼ିବା ଫଳରେ ଆଖ ପାଖର ଲୋକେ  ସେଠା​‌ରେ ପହଞ୍ଚିଥିଲେ ଏବଂ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ଏହା ପରେ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା। ଏଥିରେ ଚାପି ହୋଇ ରହିଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଆହତଙ୍କ ମଧ୍ୟରୁ ଜଣେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି ମାମଲାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା କଥା କୁହାଯାଇଛି। ଏହା ସହିତ ଫ୍ଲାଇଓଭର ପାଇଁ ବ୍ରବହାର ହୋଇଥିବା ଜିନିଷର ଗୁଣବତ୍ତାକୁ ମଧ୍ୟ ଯାଞ୍ଚ କରାଯିବ। ଏହା ଦ୍ବାରା ଦୁର୍ଘଟଣା ପଛର କାରଣ ଜଣା ପଡ଼ି ପାରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!