ବ୍ରହ୍ମପୁର-୭/୯(ମନୋଜ କୁମାର ପାତ୍ର):ଟ୍ଵିଙ୍କଲ ଏକାଡେମୀ ଦ୍ବାରା ରବିବାର ସନ୍ଧ୍ୟାରେ ବ୍ରହ୍ମପୁର ବଡବଜାର ବିନାୟକ ଭବନରେ ଅନୁଷ୍ଠିତ ହୋଇଥିଲା ଫାସନ୍ ୱିକ ୨୦୨୧ । ଏହି ରାମ୍ପ୍ ସୋ’ରେ କ୍ୟାଟ୍ ୱାକ କରିଥିଲେ ପ୍ରାୟ ୫୦ ଜଣ ଶିଶୁ । ସେହି ପରି ରାମ୍ପ୍ ସୋ ରେ ନିଜ ସୌଦର୍ଯ୍ୟ ଓ ଚାଲିର ଜଲୱା ଦେଖାଇଥିଲେ ପ୍ରାୟ ୨୦ ଜଣ ଯୁବକ ଯୁବତୀ । ବିଭିନ୍ନ ଧରଣର ଆଧୁନିକ ପୋଷାକ ପରିଧାନରେ ଏହି ଫାସନ୍ ସୋ ସାଙ୍ଗକୁ ଅନ୍ୟତମ ଆକର୍ଷଣ ଥିଲା ନୃତ୍ୟ ପ୍ରତିଯୋଗିତା । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ରୂପେ ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣାଙ୍କ ସମେତ ସଞ୍ଜିତ ପାଣିଗ୍ରାହୀ ,ମଳୟ ବିଷୋୟୀ ,ମୁମ୍ବାଇ ସୁନ୍ଦରୀ ରାମେଶ୍ବରୀ ନନ୍ଦ,ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଅନ୍ୟତମ ଅତିଥି ଥିଲେ।ଏକାଡେମୀ ମୁଖ୍ୟ ଟ୍ଵିଙ୍କଲ ଗମାଙ୍ଗଙ୍କ ସମେତ ସ୍ମୃତି ପଣ୍ଡା ,ଗଣେଶ ମିସ୍ତ୍ରୀ , କାହୁ ରାଉତ ଓ କିନ୍ନର ବାବୁଲା ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |