ନୂଆଦିଲ୍ଲୀ ୨୦/୧୧: ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି। ବ୍ରେନ୍ ଷ୍ଟ୍ରୋକ୍ ହେତୁ ଅଭିନେତ୍ରୀ କୋମାରେ ଥିଲେ। କୋଲକାତା ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି।ଏଣ୍ଡ୍ରିଲା ଶର୍ମାଙ୍କୁ ନଭେମ୍ବର ୧ ରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କୁ କୋଲକତା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏଥିସହ ସେ ଅନେକ ଥର ହୃଦ୍ଘାତର ଶିକାର ମଧ୍ୟ ହୋଇଥିଲେ। ଅଭିନେତ୍ରୀ କୋମାରେ ଥିଲେ ଏବଂ ଜୀବନ ମୃତ୍ୟୁ ସହ ଲଢେଇ କରୁଥିଲେ। ବର୍ତ୍ତମାନ ଅଭିନେତ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ମାତ୍ର ୨୫ ବର୍ଷ ବୟସରେ ଏଣ୍ଡ୍ରିଲା ଦୁନିଆକୁ ବିଦାୟ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |