ସୁନ୍ଦରଗଡ: ୧୦/୧୦ (ଫିରୋଜ କୁମାର ବେହେରା): ବଜରଙ୍ଗ ଦଳ ପଶ୍ଚିମ ଓଡ଼ିଶା ପ୍ରାନ୍ତ ଗୋ ରକ୍ଷା ପ୍ରମୁଖ ଶ୍ରୀ ରାଜୁ ସିଂ, ଜିଲ୍ଲା ସହ ସଂଯୋଜକ ମୁକେଶ ପ୍ରଧାନ, ରାଉରକେଲା ମହାନଗର ସଂଯୋଜକ କେଦାର ପ୍ରିୟଦର୍ଶୀ ବାରିକ, କର୍ମୀ ଅଭିଷେକ ଧଳ, ଚନ୍ଦ୍ରକାନ୍ତ ପ୍ରଧାନ ନେତୃତ୍ୱ ରେ ହାତୀବାଡ଼ି ଥାନା ଘେରାଉ କରାଯାଇଥିଲା, କାରଣ ଗତ କାଲି ସନ୍ଧ୍ୟାରେ ଜାହାରୀଟୋଲି ପଞ୍ଚାୟତ ଭୋଜପୁର ଗ୍ରାମର ବଜରଙ୍ଗ ଦଳ କର୍ମୀମାାନଙ୍କୁ ଗୋଚାଲାଣ କାର୍ଯ୍ୟକରୁଥିବା ୧୫ ରୁ ୨୦ ଜଣ ତାଙ୍କ ଗାଁରେ ପଶି ଜୀବନରୁ ମାରିବା ଦେବା ପାଇଁ ଧମକ ଦେଇଥିଲେ। ସେମାନଙ୍କ ମଧ୍ୟରୁ ହାତିବାରୀ ଅନ୍ତର୍ଗତ ପୁରୁଣାପାଣି ଅଞ୍ଚଳର ମଦନ ମାଝୀ ଓ ବସନ୍ତ ମାଝୀ ମୁଖ୍ୟ ଅଟନ୍ତି। ଏହି ବିଷୟରେ ହାତିବାଡି ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ସୁନ୍ଦରଗଡ ଜିଲ୍ଲାରୁ ବିଭିନ୍ନ ସ୍ଥାନକୁ ଯଥା; ଖତକୁରୀବାହଲ, ଗୁଡଗୁଡଜୋର, ନୁଆଗାଁ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ କୁ ସବୁବେଳେ ଅବୈଧ ଗୋ ଚାଲାଣ କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |