ବଜରଙ୍ଗ ଦଳ ତରଫରୁ ଗୋବଂଶର ସୁରକ୍ଷା ପାଇଁ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ମୁନିଗୁଡା,୧୭/୬ (ନନ୍ଦ କିଶୋର ପଟ୍ଟନାୟକ ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଗୋବଂଶର ସୁରକ୍ଷା ପାଇଁ ୬ ଦଫା ଦାବିକୁ ନେଇ ସମ୍ମିଳିତ ଏକ ଦାବୀପତ୍ର ବଜରଙ୍ଗ ଦଳ ତରଫରୁ ଜିଲ୍ଲା ପ୍ରମୁଖ ରଞ୍ଜନ ସ୍ୱାଇଁ ଓ ସୁଦୀପ୍ତ କୁମାର ମିଶ୍ର ଆଜି କୋଭିଡ ନିୟମ ଅନୁଯାୟୀ ମୁନିଗୁଡା ବ୍ଲକ ବିଡ଼ିଓ ଡ଼.ଦିଲ୍ଲୀପ କୁମାର ବେହେରାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ଦାବି ପତ୍ରରେ ରାଜ୍ୟ ସରକାର ଗୋ-ହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଦୃଢ଼ ଆଇନ ପ୍ରଣୟନ କରନ୍ତୁ,ଗୋ-ରକ୍ଷକ ମାନଙ୍କ ଉପରେ ହେଉଥିବା ମିଥ୍ୟ କେଶକୁ ରଦ କରାଯାଉ,ପ୍ରତି ଜିଲ୍ଲାରେ ଗୋଶାଳା ନିର୍ମାଣ କରାଯାଉ, ଗୋରୁ ତସ୍କରି ରୋକିବା ପାଇଁ ଜିଲ୍ଲାରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଉ,ଗୋ-ତସ୍କରମାନଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ,ଗୋ-ଆଧାରିତ ଶିଳ୍ପ ପାଇଁ ଆବଶ୍ୟକ ତାଲିମ ସହ ଆର୍ଥିକ ସହାୟତା ଦିଆଯାଉ ବୋଲି ଉଲ୍ଲେଖ ଅଛି l ଏହି ଗୋ ସମ୍ପଦକୁ ଆଧାରିତ କରି ବ୍ୟବସାୟ,ଶିଳ୍ପର ସଦୁପଯୋଗ କଲେ ଭାରତୀୟ ଅର୍ଥନୀତିରେ ବିସ୍ମୟକର ବିକାଶ ଆସି ପାରିବ। ଅନେକ କର୍ମନିଯୁକ୍ତି ସୃଷ୍ଟି ହେବା ସହ କୃଷି କ୍ଷେତ୍ରରେ ଆବଶ୍ୟକ ସହାୟକ ହେବ।ଭାରତୀୟ ସଂସ୍କୃତି ଓ ପରମ୍ପରାରର ଗୋ-ସମ୍ପଦକୁ ମାଆର ମାନ୍ୟତା ତଥା ପୂଜା କରାଯାଇଥାଏ। ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଶ୍ଚୟ ଏବିଷୟକୁ ଗୁରୁତ୍ୱ ଦେବା ସହ ବିଚାରକୁ ନେଇ ଗୋ-ବଂଶର ସୁରକ୍ଷାରେ ଆବଶ୍ୟକ ଆଇନ ପ୍ରଣୟନ କରିବେ ବୋଲି ବଜରଙ୍ଗ ଦଳର ସଦସ୍ୟ ମାନେ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: