ବଜେଟ ପରବର୍ତ୍ତୀ ଓ୍ବେବିନାରରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦ା୩ : ବଜେଟ ପରବର୍ତ୍ତୀ ଓ୍ବେବିନାରରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣ ଉପରେ କରିବେ ଆଲୋଚନା। ପୂର୍ବାହ୍ନ  ୧୦ଟାରେ ପିଏମ ମୋଦି ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣ ଉପରେ ବଜେଟ୍ ପରବର୍ତ୍ତୀ ୱେବିନିନାରର ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।ମହିଳା ମାଲିକାନା ତଥା ମହିଳା-ନେତୃତ୍ବାଧୀନ ବ୍ୟବସାୟ ଉଦ୍ୟୋଗଗୁଡିକର ନିରନ୍ତର ଅଭିବୃଦ୍ଧି ପାଇଁ ଏହି ଓ୍ବେବିନାରର ଲକ୍ଷ୍ୟ ରହିଛି। ୟୁନିୟନ ବଜେଟ୍ 2023-24 ରେ କରାଯାଇଥିବା ଘୋଷଣାର କାର୍ଯ୍ୟକାରିତା ପାଇଁ ଏହା ଏକ ରଣନୀତି ଏବଂ ବ୍ଲୁପ୍ରିଣ୍ଟ ବିକାଶରେ ମଧ୍ୟ ସାହାଯ୍ୟ କରିବ। ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ସାମିଲ ହେବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!