ମାଲକାନଗିରି,୨୧/୫( ଶ୍ରୀନିବାସ ପଣ୍ଡା/ଭିକି ବାରିକ): ମାଲକାନଗିରି ଜିଲ୍ଲା ଏମଭି ୬୪/୧୦ ଗ୍ରାମର ବଲାଇ ବୈରାଗିଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି l ସୂଚନା ଅନୁଯାଇ ଆଜି ଅପରାହ୍ନ ସମୟରେ ଅଦିନିଆଁ କାଳ ବୈଶାଖୀ ପ୍ରଭାବରେ ବର୍ଷା ଓ ଘଡଘଡି ସହ ପ୍ରବଳ ବିଜୁଳି ମାରିଥିଲା। ଉକ୍ତ ବିଜୁଳି ମାଡ଼ ବଲାଇଙ୍କ ଘର ଉପରେ ପଡିବା ଯୋଗୁ ବଲାଇଙ୍କ ଘରର ବିଦ୍ୟୁତ ଉପକରଣ ଯଥା ସୁଇଚ ବୋର୍ଡ ଆଦି ଅନେକ ଜିନିଷ ସବୁ ଜଳିଯାଇଥିଲା। କାଳବୈଶାଖୀ ପ୍ରଭାବ ଏତେ ପ୍ରଚଣ୍ଡ ଥିଲାଯେ ଘରେ ଥିବା ଅବସ୍ଥାରେ ବୈରାଗୀଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିଲା। ଉକ୍ତ ଖବର ପ୍ରଚାର ହେଇଯିବା ଫଳରେ ଆଖପାଖ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |