ବଢିଲା ରେପୋ ରେଟ୍‌‌ ; ଜନତାଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୦୭।୧୨ :   ବଢିଲା ରେପୋ ରେଟ୍ । ଚଳିତବର୍ଷ ପଞ୍ଚମ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ଉପରେ ୩୫ବେସିକ୍ ପଏଣ୍ଟ ବୃଦ୍ଧି ପାଇଛି । ଯାହାଫଳରେ ମହଙ୍ଗା ହେବ କାର୍, ହୋମ୍ ଓ ପର୍ସନାଲ ଲୋନ୍ ।  ରେପୋରେଟ୍‌‌ ବୃଦ୍ଧି ପରେ ପୁଣି ମହଙ୍ଗା ହେବ ଋଣ। ରେପୋରେଟ୍‌‌ ୦.୩୫%କୁ ବୃଦ୍ଧି କଲା ଆର୍‌‌ବିଆଇ। ରେପୋ ରେଟ୍‌‌ ୩୫ ବେସିସ୍‌‌ ପଏଣ୍ଟ ବଢାଇ ୬.୨୫% କରିଥିବା ଆଜି ଆର୍‌‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ରେପୋ ରେଟ୍‌‌ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି କରାଯାଇଛି। ମୁଦ୍ରାସ୍ପୀତିକୁ ଦୃଷ୍ଟିରେ ରଖି ଆର୍‌‌ବିଆଇ ମନିଟାରୀ କମିଟିରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, କାର୍‌‌, ବାସଗୃହ ଓ ଅନ୍ୟାନ୍ୟ ଋଣ ପରିଶୋଧ କିସ୍ତି (ଇଏମ୍‌‌ଆଇ) ବୃଦ୍ଧି ପାଇବା ନେଇ ସୂଚନା ମିଳିଛି। ରିଜର୍ଭ ବ୍ୟାଙ୍କ ରିପୋର୍ଟ ମୁତାବକ, ରେପୋ ରେଟ୍‌ ୦.୩୫ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ ରେପୋ ରେଟ୍ ୫.୯୦ ପ୍ରତିଶତ ରହିଥିଲା। ଏବେ ଏହା ୩୫ ବେସିକ୍ ପଏଣ୍ଟ୍ ବୃଦ୍ଧି ପାଇ ୬.୨୫ ପ୍ରତିଶତରେ ପହଞ୍ଚିବ । ଫଳରେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ । ରେପୋ ରେଟ୍ ବୃଦ୍ଧି ଯୋଗୁ EMI ବଢିବ । ହୋମ୍‌ ଲୋନ୍, କାର୍ ଲୋନ୍ ଓ ପର୍ସନାଲ ଲୋନ୍‌ ମହଙ୍ଗା ହେବ । ଏମପିସି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ନିତିଗତ ଦରବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ବର୍ଷ ଶେଷ ବେଳକୁ ବୃଦ୍ଧି ପାଇଛି ରେପୋ ରେଟ୍। ବର୍ତ୍ତମାନ ଏହା ୬.୨୫ ପ୍ରତିଶତରେ ପହଞ୍ଚିଛି। ସେହିପରି ସୁଧହାର ୨.୨୫ ପ୍ରତିଶତ ବୃଦ୍ଧି ପାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶରେ ମୁଦ୍ରାସ୍ଫୀତି ହାରକୁ ୬ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ କରିବାକୁ ପଡିବ। ଅକ୍ଟୋବର ମାସରେ ମୁଦ୍ରାସ୍ଫୀତି ହ୍ରାସ ପାଇ ୬.୭୭ ପ୍ରତିଶତରେ ପହଞ୍ଚିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: