ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ରିମାଣ୍ଡକୁ ଆହୁରି ୫ ଦିନ ବୃଦ୍ଧି କରାଯାଇଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଅବଧି ୫ ଦିନ ବୃଦ୍ଧି ପାଇଛି। ଆଉ ୫ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତରେ ରହିବେ ସିସୋଦିଆ। ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଶୁକ୍ରବାର ଏନେଇ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଇଡି ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଅନ୍ୟପଟେ, ସିସୋଡିଆ ତାଙ୍କ ଫୋନ ବାରମ୍ବାର ବଦଳାଇବା ସହ ବ୍ୟବହାର କରୁଥିବା ମୋବାଇଲ ଫୋନରୁ ତଥ୍ୟ ଗାଏବ କରିଛନ୍ତି। ଯେଉଁଥିରେ ଦିଲ୍ଲୀର ମଦ ଦୁର୍ନୀତି ମାମଲା ସମ୍ପର୍କରେ ସୂଚନା ରହିଥିବା ଇଡି ଅଭିଯୋଗ କରିଛି। ଶୁକ୍ରବାର ଏଏପି ନେତା ମନୀଷ ସିସୋଡିଆଙ୍କୁ ରୌଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ରିମାଣ୍ଡରେ ନେଇ ଶୁଣାଣି ହୋଇଥିଲା। ଏହି ସମୟରେ ମନୀଷ ସିସୋଡିଆଙ୍କ ରିମାଣ୍ଡ ବୃଦ୍ଧି କରିବାକୁ ଇଡି ଆବେଦନ କରିଥିଲା। ତେବେ କୋର୍ଟ ଆବେଦନକୁ ଗ୍ରହଣ କରି ଉ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ସେ ବର୍ତ୍ତମାନ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ରିମାଣ୍ଡରେ ରହିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |