ବଣେଇକୁ ଜିଲ୍ଲା ଘୋଷଣା ଦାବିରେ ୬ ଘଣ୍ଟିଆ ବନ୍ଦ ଡାକରା

ରାଉରକେଲା, ୨/୧୨ : ୧୯୭୨ ମସିହାରୁ ବଣେଇକୁ ଜିଲ୍ଲା ଦାବି କରାଯାଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି।ବଣେଇକୁ ଜିଲ୍ଲା ଘୋଷଣା ଦାବିରେ କ୍ରିୟାନୁଷ୍ଠାନ କମିଟିର ୬ ଘଣ୍ଟିଆ ବନ୍ଦ ଡାକରା। ଶୁକ୍ରବାର ବଣେଇ ଜିଲ୍ଲା ଦାବିରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ସକାଳୁ ସକାଳୁ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ ରହିଛି। ଏନଏଚ୍ ୧୪୩ ଏବଂ ୨୧୫କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଫଳରେ ହଜାର ହଜାର ସଂଖ୍ୟକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।  ବିଭିନ୍ନ ସମୟରେ ଜିଲ୍ଲା ଦାବି ପାଇଁ ବିଭିନ୍ନ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ଜଣାଇ ଥିଲେ ସୁଦ୍ଧା ସୁଫଳ ନମିଳିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି। ତେବେ ଆଜିର ବନ୍ଦ ଡାକରାକୁ କ୍ରିୟାନୁଷ୍ଠାନ କମିଟି ଓ ସମସ୍ତ ରାଜନୈତିକ ଦଳ ୪ଟି ବ୍ଳକର ଜନସାଧାରଣ, ବିକାଶ ପରିଷଦ ଓ ବଣିକ ସଂଘ ସମର୍ଥନ କରିଥିବା ବେଳେ ବିଭିନ୍ନ ସଂଗଠନ ଏହାକୁ ସମର୍ଥନ କରିଛନ୍ତି। ଯଥାଶୀଘ୍ର ସରକାର ବଣେଇକୁ ଜିଲ୍ଲା ଘୋଷଣା ନକଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବା ସହ ଅର୍ଥନୈତିକ ଅବରୋଧ କରାଯିବ ବୋଲି ବଣେଇ କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: