ମାଲକାନଗିରି,୧୭।୯ :ଭୁଶୁଡୁଛି ମାଓ ଦୁର୍ଗ, ମାଓମୁକ୍ତ ହେଉଛି ବଣ୍ଡା ଘାଟି। ବଣ୍ତା ଘାଟିରେ ମାଓବାଦୀଙ୍କ ପତିଆରା ମୂଳପୋଛ ହେବ। ମାଓ ସଂଗଠନର ଅତ୍ୟାଚାରରୁ ଅତିଷ୍ଠ ହୋଇ ହାତ ଛାଡ଼ିଛନ୍ତି ୭୦୦ ସମର୍ଥକ।ମାଲକାନଗିରି ଜିଲ୍ଲା ଅଣ୍ଡରାହଲ ବିଏସଏଫ କ୍ୟାମ୍ପରେ ଆଜି ଏକ ସଭା ରେ ଅଣ୍ଡରାହାଲର ୭୦୦ ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ। ଘର ବାହୁଡା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ପୁରସ୍କୃତ କରାଯାଇଛି। ଏହି ସଭାରେ ଦକ୍ଷିଣ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ରାଜେଶ ପଣ୍ଡିତ, ବିଏସଏଫ ଡିଆଇଜି ମଦନ ଓ ମାଲକାନଗିରି ପୋଲିସ ଏସ୍ପି w.ନିତେଶ ଆଦି ଉପସ୍ଥିତ ଥିଲେ।ପୁଲିସ ପ୍ରଶାସନର ଘରବାହୁଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟସ୍ରୋତରେ ଲେଉଟିଛନ୍ତି ୫ ଖଣ୍ତ ଗାଁ ଲୋକେ। ଆଜି ଅଣ୍ତ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିସରରେ ଡିଆଇଜି ରାଜେଶ ପଣ୍ତିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ବିକାଶ ଧାରାରେ ସାମିଲ ହୋଇ ସରକାରଙ୍କ ସବୁ ଯୋଜନାରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସହ ଅଂଚଳରୁ ମାଓବାଦୀଙ୍କୁ ତଡ଼ିବାକୁ ମାଓ ପୋଷାକରେ କୁଶପୂତ୍ତଳିକା ଦାହ କରିଛନ୍ତି ଅଂଚଳବାସୀ। ମାଲକାନଗିରି ଜିଲ୍ଲା ବଣ୍ତାଘାଟିର ଅଣ୍ତେଇପଦର , ବିଶୋୟୀଗୁଡା , ପାତ୍ରପୁଟ , ଖାଲଗୁଡା ଓ ଭୋଜଗୁଡା ଆଦି ଦୁର୍ଗମ ଗାଁର ଲୋକେ ମାଓ ସଂଗଠନରୁ ହାତ ଛାଡ଼ିଛନ୍ତି । ଜିଲା ପୁଲିସ ଓ ବିଏସ୍ଏଫ୍ ତରଫରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |