ବଣ୍ଡା ଘାଟି ଲୋକଙ୍କ ପାଖରେ ପହଞ୍ଚିଲା ବାଇକ ଆମ୍ବୁଲାନ୍ସ ସେବା

ମାଲକାନଗିରି,୭/୬ (ଶ୍ରୀନିବାସ ପଣ୍ଡା): ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡରାହାଲ ପଞ୍ଚାୟତର ବଣ୍ଡା ଜନଜାତିଙ୍କ ପାଇଁ ସରକାର ଓ ବଣ୍ଡା ଉନ୍ନୟନ ସମିତି ପକ୍ଷରୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ବଣ୍ଡା ଘାଟିରେ ଥିବା ବିଭିନ୍ନ ଗ୍ରାମ ଯଥା ମୁଦୁଲିପଡ଼ା ଓ ଅଣ୍ଡରା ହାଲ ପଞ୍ଚାୟତର ୩୦ରୁ ଉର୍ଦ୍ଧ ଗାଁ ମଧ୍ୟରୁ କିଛି ଗ୍ରାମକୁ ବାଦ ଦେଲେ ଅଧୁକାଂଶ ଗାଁକୁ ଭଲ ରାସ୍ତାଟିଏ ନାହିଁ। ବଣ୍ଡା ଜନଜାତିର ଲୋକମାନେ ବହୁ ଆଭ୍ୟନ୍ତରିଣ ଅଞ୍ଚଳରେ ରହୁଥିବାରୁ, ହଠାତ କୌଣସି ସ୍ଵାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ସେଠାକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ମୋଟର ଯାନ ଯିବାର ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ଭାରରେ ବୁହା ହୋଇ ଦୀର୍ଘ ପଚିଶ କିଲୋମିଟର ଚାଲି ଚାଲି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚନ୍ତି। ଏହାକୁ ଦୃଷ୍ଟି ରେ ରଖି ବଣ୍ଡା ଉନ୍ନୟନ ସମିତି ପକ୍ଷରୁ ବାଇକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଆମ୍ବୁଲାନ୍ସ ସବୁବେଳେ ଅଣ୍ଡରା ହାଲ ପଞ୍ଚାୟତରେ ରହିବ ଓ ଏହାର ପରିଚାଳନା ଦାଇତ୍ଵ ସ୍ଥାନୀୟ ବାଲିପାହାଡ଼ ଯୁବକ ସଂଘକୁ ହସ୍ତାନ୍ତର କରାଯାଇଥିବା ସୂତ୍ରରୁ ପ୍ରକାଶ।

WhatsApp Image 2021 06 06 at 11.08.20 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: