ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର,୨୪।୫: ମାଟ୍ରିକ ପିଲାଙ୍କ ପରୀକ୍ଷା ଢାଞ୍ଚାରେ  ପରିବର୍ତ୍ତନ କରାଯାଇଛି । କରୋନା ମହାମାରୀ ପରେ   ପୁରୁଣା ଢାଞ୍ଚାକୁ ଫେରୁଛି ମାଟ୍ରିକ ପରୀକ୍ଷା । ପୂର୍ବ ଭଳି ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ପୂର୍ବରୁ କରୋନା ପାଇଁ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା । ଏବେ କରୋନା ମହାମାରୀରୁ ଦେଶ ମୁକ୍ତ ହୋଇ ସାରିଥିବାରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ପିଲାମାନେ ପୁଣିଥରେ ପୂର୍ବ ଢାଞ୍ଚାରେ ପରୀକ୍ଷା ଦେବେ । ପୁଣିଥରେ ମାଟ୍ରିକ ପିଲାଙ୍କ ପରୀକ୍ଷାର ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ପୁଣିଥରେ ପୁରୁଣା ଢାଞ୍ଚାରେ ହେବା ନେଇ ନିଷ୍ପତ୍ତି ହୋଇଛି । ତେବେ ଏହି ପରିବର୍ତ୍ତନ ପରେ ଏଣିକି ପିଲାଙ୍କ ମୁଣ୍ଡରୁ ହଟିବ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷାର ଚିନ୍ତା । ଅର୍ଥାତ୍ ଦଶମ ଶ୍ରେଣୀରେ ପିଲାମାନଙ୍କୁ ସମ୍ମେଟିଭ ଆସେସମେଣ୍ଟ-୧ ଏବଂ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବାକୁ ପଡିବନି । ମାଟ୍ରିକରେ କେବଳ ପୂର୍ବ ଭଳି ଗୋଟିଏ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏ ନେଇ କଟକ ବୋର୍ଡ ପକ୍ଷରୁ ବୋର୍ଡ ସଭାପତି ରାଶିଷ ହାଜରା ସୂଚନା ଦେଇଛନ୍ତି । ପୂର୍ବରୁ କରୋନା ମହାମାରୀ ଯୋଗୁଁ ମାଟ୍ରିକ ପରୀକ୍ଷାରେ ଏକ ବଡ ପରିବର୍ତ୍ତନ କରାଯାଇଥିଲା । କୋଭିଡ ସଂକ୍ରମଣ ପାଇଁ ୨୦୨୦ରେ ଶ୍ରେଣୀଗୃହରେ ପାଠପଢା ଉପରେ ରୋକ ଲଗାଇଥିଲେ ସରକାର । ଯାହା ଫଳରେ ପିଲାମାନେ ପରୀକ୍ଷା ନ ଦେଇ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ୨୦୨୧-୨୨ରେ ପିଲାମାନଙ୍କ ପାଠ୍ୟକ୍ରମରେ ମଧ୍ୟ ହ୍ରାସ କରିଥିଲା ବୋର୍ଡ । ଏହାସହିତ ମାଟ୍ରିକ ପରୀକ୍ଷା ପାସ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ଟି ଫର୍ମେଟିଭ ଆସେସମେଣ୍ଟ ଏବଂ ୨ଟି ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହାପୂର୍ବରୁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ନେଇ ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ଆଜି ଏହି ନିୟମକୁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!