ବଦଳିଲେ ଦେଶର ନିର୍ବାଚନ କମିଶନର

ନୂଆଦିଲ୍ଲୀ ୧୨/୦୫ :  ରାଜୀବ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି । ସେ ୧୫ ମେ ରେ କାର୍ଯ୍ୟଭାର ଗ୍ରହଣ କରିବେ । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ।   ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜୀବ କୁମାର ନୀତି ଆୟୋଗର ଉପାଧ୍ୟକ୍ଷ ରହିଥିଲେ । କିଛି ବର୍ଷ ଧରି ସେ ଏହି ପଦବୀରେ ରହିଆସୁଥିଲେ । ରାଜୀବ କୁମାର ନୀତି ଆୟୋଗଙ୍କ ଦ୍ୱିତୀୟ ଉପାଧ୍ୟକ୍ଷ ଥିଲେ । ୨୦୧୪ରେ ପ୍ରଥମ ଥର ଶାସନକୁ ଆସିବା ପରେ ମୋଦି ସରକାର ଯୋଜନା ଆୟୋଗଙ୍କ ନାଁ ବଦଳାଇ ନୀତି ଆୋୟଗ କରିଦେଇଥିଲେ । ସେବେ ଅରବିନ୍ଦ ପନଗଢିୟା ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ହୋଇଥିଲେ । ରାଜୀବ କୁମାର ୨୦୨୭ ରେ ସରକାର ଥିଙ୍କ ଟ୍ୟାଙ୍କର ଭିସି ଥିଲେ । ଏହାଛଡା ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ, ପୁଣେର ଚାନ୍ସେଲର ଏବଂ ଗିରି ଇନଷ୍ଟିଚ୍ୟୁଟ୍ ଅପ୍ ଡେଭଲପମେଣ୍ଟ ଷ୍ଟଡିଜ୍, ଲକ୍ଷ୍ନୌର ବୋର୍ଡ ଅପ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିଛନ୍ତି । ସେ ୨୦୦୪-୨୦୦୬ ପର୍ଯ୍ୟନ୍ତ ଭାରତୀୟ ଉଦ୍ୟୋଗ ପରିସନ୍ଧର ମୁଖ୍ୟ ଏବଂ ଅର୍ଥଶାସ୍ତ୍ରୀ ଥିଲେ । ସେହିଭଳି ୨୦୧୧-୨୦୧୩ ମଧ୍ୟରେ ଫେଡେରେସନ ଅପ୍ ଇଣ୍ଡିଆନ୍ସ ଚାମ୍ୱର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ମହାସଚିବର କାର୍ଯ୍ୟବାର ସମ୍ଭାଳିଥିଲେ । ଏହାସହ ସେ ଭାରତୀୟ ଷ୍ଟେଟ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ଦୁଇ ଦୁଇଟି କାର୍ଯ୍ୟଭାର ଏବଂ ଆଇବିଆଇକେ କେନ୍ଦ୍ରୀୟ ବୋର୍ଡରେ କାମ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: