ବନବିଭାଗ ପଞ୍ଝାରେ ୭ ବାଘଛାଲ ବେପାରୀ

ମୟୂରଭଞ୍ଜ, ୦୭/୦୪ : WCCB ଓ ବନବିଭାଗ ପଞ୍ଝାରେ ବାଘ ଛାଲ ବେପାରୀ ।   ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ କାରବାର ଚାଲିଥିବା ବେଳେ ମାଡି ବସିଲା WCCB ଓ ବନବିଭାଗ।୭ ବାଘଛାଲ ବେପାରୀ ଗିରଫ। କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲ ଆଣି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ବୁଧବାର ରାତିରେ ଡିଲ୍ ଚାଲିଥିଲା । ଏହି ସମୟରେ ଦୁଧିଆଣି ରେଞ୍ଜର ବନ କର୍ମଚାରୀ, କେନ୍ଦୁଝର ବନବିଭାଗ ଓ WCCB ମିଳିତ ଭାବେ ଚଢ଼ାଉ କରିଥିଲା । ଏହି ଚଢାଉରେ ୭ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଏହା ସହିତ ବାଘ ଛାଲ ଓ ଏକ ଅଲ୍ଟୋ କାର ଜବତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: