ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୭ ଦିନ ଭିତରେ ଦେବା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର, ୨୪।୮ :   ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ କେତେ ଚାଷ ଜମି ନଷ୍ଟ ହୋଇଛି, ଘର କେତେ ଭାଙ୍ଗିଛି ତାହାର ରିପୋର୍ଟ ତୁରନ୍ତ ଦେବାକୁ ରାଜସ୍ବ ବିଭାଗ ନିର୍ଦେଶ ଦେଇଛି  । ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୭ ଦିନ ଭିତରେ ଦେବା ପାଇଁ  ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିର୍ଦେଶ ଦେଇଛନ୍ତି ।  ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ବିଭାଗ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଆରମ୍ଭ କରିଛନ୍ତି । ରିଲିଫ କୋର୍ଡ ଅନୁସାରେ ରିପୋର୍ଟ ଆସିବାର ୧୫ ଦିନ ଭିତରେ ଘର ଭଙ୍ଗା ଓ ଫସଲ କ୍ଷତି ସହାୟତା ରାଶି ଯୋଗାଇ ଦିଆଯିବ  । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣି ଛାଡିବାର ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦେଶ ଦେଇଥିଲେ । ସେହି ନିର୍ଦେଶ ଅନୁସାରେ ଆକଳନ ଆରମ୍ଭ କରାଯାଇଥିବା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!