ବନ ବିଭାଗ ଜବଦ କଲା ୫୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କାର କାଠ

ମାଲକାନଗିରି,୮/୬(ଶ୍ରୀନିବାସ ପଣ୍ଡା)  :- ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧିନସ୍ତ ନୀଳାକାମ୍ବେରୁ ପଞ୍ଚାୟତର ସାରିଆପଲ୍ଲୀ ଠାରେ ଜବତ ହେଲା ବେଆଇନ କାଠ। ବିଶେଷ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡକାମୀ ଙ୍କ ନିର୍ଦ୍ଦେଶକ୍ରମେ ସୋମବାର ରାତି ୧୧ ଟା ସମୟରେ ବନ ବିଭାଗ ର ବନପାଳ ଶିବାନନ୍ଦ ଲେଙ୍କା ଏବଂ ବାଣୀଶ୍ରୀ ମନଶ୍ୱିନୀ ଦେବୀ ଙ୍କ ନେତୃତ୍ୱରେ ବନରକ୍ଷୀ ରାଶି ମାଢ଼ି, ପ୍ରଶାନ୍ତ ରାଉତ ଏବଂ କିଛି ପାରା ଷ୍ଟାଫ ଙ୍କୁ ନେଇ ସାରିଆପାଲ୍ଲୀ ଛକ ନିକଟରେ ଜଗି ରହିଥିଲେ। ଘାଟି ଉପର ମନ୍ତ୍ରୀପୁଟ ଗ୍ରାମରୁ ଏକ ଟ୍ରାକ୍ଟର ଯୋଗେ କାଠ ବଲ୍ହା ଗୁଡିକୁ ନେଇ ନୀଳାକାମ୍ବେରୁ ଗ୍ରାମ ଆଡକୁ କାଠ ମାଫିଆ ମାନେ ଆସୁଥିଲେ। ସେହି ସମୟରେ ବନ ବିଭାଗ ର ଟିମ ପହଞ୍ଚି କାଠ ବୋଝେଇ ଟ୍ରାକ୍ଟର ଟିକୁ ଜବତ କରିଥିଲେ। ବନ ବିଭାଗ ର ଟିମ ଜଗି ରହିଥିବା ଖବର ପାଇ ଡ୍ରାଇଭର ଫେରାର ହୋଇଯାଇଥିଲା। ତେବେ ଗାଡି ଟିକୁ ବନ ବିଭାଗ ଜବତ କରି ବାଲିମେଳା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଆଣିଛି। ଟ୍ରାକ୍ଟର ଟି ନୀଳାକାମ୍ବେରୁ ଗ୍ରାମର ବୋଲି ଗ୍ରାମବାସୀ ସୂଚନା ଦେଇଥିବା ବେଳେ ଗାଡିଟିର ରେଜିଷ୍ଟ୍ରେସନ ନଂ ଠିକ ନ ଥିବା ସହ ପ୍ରକୃତ ଗାଡି ମାଲିକ କିଏ ଜଣା ପଡୁନଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଜବତ କାଠ ମୂଲ୍ୟ ୫୦ ହଜାର ରୁ ଉର୍ଦ୍ଧ୍ବ ହେବ ବୋଲି ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡକାମୀ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: