ବନ ବିଭାଗ ନର୍ସରୀ ରେ ନିଆଁ ଲାଗି କୋଡିଏ ହଜାର ଟଙ୍କାର ଚାରା ଭସ୍ମୀଭୂତ

ମାଲକାନଗିରି, ୩୧/୫ (ଶ୍ରୀନିବାସ ପଣ୍ଡା): ଜଙ୍ଗଲ ବୃଦ୍ଧି ବର୍ତମାନ ପାଇଁ ନିତ୍ୟାନ୍ତ ଆବଶ୍ୟକ। ଦ୍ରୁତ ଜଙ୍ଗଲ କ୍ଷୟ ହେବା ଫଳରେ ଜୀବ ଜଗତ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଧୋନ୍ସ ପାଇବା ଚେତାବନୀ ପରିବେଶ ବିଜ୍ଞାନୀ ମାନେ ଦେଇସାରିଛନ୍ତି। କିଛିବର୍ଷ ପୂର୍ବରୁ ସରକାର ଜଙ୍ଗଲର ଅଭିବୃଦ୍ଧି ପାଇଁ ବାର୍ଷିକ ବଜେଟରେ ମୋଟା ଅଙ୍କର ଅର୍ଥ ବ୍ୟବସ୍ଥା କରିବା ଦ୍ୱାରା କିଛି କିଛି ସ୍ଥାନରେ ଆଶାନୁରୂପ ଭାବରେ ନୂତନ ଜଙ୍ଗଲ ସୃଷ୍ଟି ହେଇପାରିଛି ତ କିଛି ସ୍ଥାନରେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ମାନଙ୍କ ପାଇଁ ନାନାଦି ସମସ୍ୟା ସୃଷ୍ଟି ହେଉଛି। ସେଭଳି ଗୋଟିଏ ସାଙ୍ଘାତିକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ବିଭାଗ ନର୍ସରୀ ଉପରେ। ନିଆଁ ଲାଗି କୋଡିଏ ହଜାର ଟଙ୍କାର (ଆନୁମାନିକ) ଚାରା ନଷ୍ଟ। ନର୍ସରିରେ ତାର ବାଡ଼ ଅଛି। ଜଣେ ଫରେଷ୍ଟ ଅଫିସର ସହିତ ବନରଖି ଦାୟୀତ୍ୱରେ ଥିବା ବେଳେ ରାତ୍ର ଜଗୁଆଳି ଅଛନ୍ତି। କେହି ଜାଣି ପାରିଲେ ନାହିଁ, ନିଆଁ କେମିତି ଲାଗିଲା। ଏ ଘଟଣା ଏଫସିଆଇ ଗୋଦାମରେ ମୂଷା ହଜାର ହଜାର କୁଇଣ୍ଟାଲ ଚାଉଳ ଖାଇଯିବା ପରି ସନ୍ଦେହ ସୃଷ୍ଟି ହେଉଛି। ମାଓବାଦୀ ଙ୍କ ନାମରେ ଚିଠି ମିଳିଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଅନେକ କାଣ୍ଡ ଆମେ ସମସ୍ତେ ଦେଖିଛନ୍ତି। କିନ୍ତୁ ଚାରାରେ ନିଆଁ ଲଗାଇ ନଷ୍ଟ କରିବା ଅଭିଯୋଗ ସମ୍ପୂର୍ଣ ନୂଆ। ପ୍ରକୃତରେ ରେକର୍ଡ ଭୁକ୍ତ ହେଇଥିବା ପରିମାଣକୁ ଲୁଚେଇବାକୁ ପ୍ରଚେଷ୍ଟା ନୁହେଁ ତ। ଏଘଟଣା କୁ ହାଲକା ଭାବରେ ନନେଇ ଜଙ୍ଗଲ ବିଭାଗ ସମସ୍ତ ନର୍ସରୀ କୁ ଯାଞ୍ଚ ଭୁକ୍ତ କଲେ ଦୁର୍ନୀତିର କଳାଫର୍ଦ କେତେ ଲମ୍ବା ଜଣା ପଡିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: