ବରଗଛ ପାଇଁ ଆଗେଇ ଆସିଲେ ବରଗଛ ସୁରକ୍ଷା ସମିତି

ଗଞ୍ଜାମ,୧୬/୦୯:  ବଉଳଝୋଳି ଗ୍ରାମର କେନାଲ ପାର୍ଶ୍ୱରେ ବରଗଛ ସୁରକ୍ଷା ସମିତି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଛ ସୁରକ୍ଷା ସମିତି ସଭାପତି ଲୋକନାଥ ପରିଡାଙ୍କ ତତ୍ୱାବଧାନରେ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସଂପାଦକ ଶ୍ରୀ ସୁବାଷ ମହାରଣା, କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସାଂସଦ ପ୍ରତିନିଧି ଟି. ରଘୁପ୍ରସାଦ ପାତ୍ର, ମୋ ପରିବାର ରାଜ୍ୟ ସହ ସମ୍ପାଦକ ଡ଼ଃ ସମୀର କୁମାର ପ୍ରଧାନ, ସ୍ଥାନୀୟ ସରପଞ୍ଚ ବି. ପୁଷ୍ପାଞ୍ଜଳି, ଆର୍ଯ୍ୟଭଟ୍ଟ ଫାଉଣ୍ଡର ତଥା ପରିବେଶବିତ ସୁଧିର କୁମାର ରାଉତ,ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ,ପ୍ରଦୀପ କୁମାର ବେହେରା,ସମବାୟବିତ ସୁଧିର ରାଉତ, ଇନ୍ଦ୍ର ଭୂୟାଁ, ଗାୟତ୍ରୀ ପରିବାର ଉପଜୋନ ସଂଯୋଯୋଗ ବୃନ୍ଦାବନ ମିଶ୍ର,ଇକୋକ୍ଲବ ସଂଘ ସଭାପତି ଡ଼ଃ ଶଙ୍କର ନାରାୟଣ ବେଜ ,ଗିରିଜା ନନ୍ଦନ ନାୟକ, ବି. ଧର୍ମା ରାଓ,ସରପଞ୍ଚ ପ୍ରତିନିଧି ବି.ରାଜେନ୍ଦ୍ର ପ୍ରସାଦ ଓ ଚିତ୍ତରଞ୍ଜନ ବିଷୋୟୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ୧୦୮ ବରଗଛ ଓ ଉସ୍ତଗଛ ସହ ବେଲ,ଅଂଳା,ଡାଳିମ୍ବ, ନିମ୍ବ ବୃକ୍ଷ ଆଦି ରୋପଣ କରାଯାଇଥିଲା ।ଆଗାମୀ ଦିନରେ ବିଭିନ୍ନ ବ୍ଳକରେ ମଧ୍ୟ ୧୦୦୮ ବରଗଛ ଓ ଉସ୍ତଗଛ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବରଗଛ ସୁରକ୍ଷା ସମିତି ସଭାପତି ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!