ବରଗଡ଼, ୨୪/୮: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ତାରିଖ ଘୋଷଣା କରାଯାଇଛି । ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକ ଧନୁଯାତ୍ରାକୁ ଅପେକ୍ଷା କରି ରହିଥାଆନ୍ତି । ଗତ ଦୁଇବର୍ଷ ହେଲା କୋଭିଡ୍ ମହାମାରୀ କାରଣରୁ ଧନୁଯାତ୍ରା ସ୍ଥଗିତ ରହିଥିଲା । ତେଣୁ ଚଳିତ ବର୍ଷ କେବେ ଧନୁଯାତ୍ରା ଅନୁଷ୍ଠିତ ହେବ । ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖ ଯାଏ ଚାଲିବ ବରଗଡ଼ ଧନୁଯାତ୍ରା। ବୁଧବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |