ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା: ୨ ବସ୍ କର୍ମଚାରୀ ଗୁରୁତର

ଭୁବନେଶ୍ୱର ,୧୯/୦୬:  ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା| ରକ୍ତରଞ୍ଜିତ ହେଲା ରାଜଧାନୀ। ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବଲିଲା ଖଣ୍ଡା। ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟର କୁ ଗୋଡେଇ ଗୋଡେଇ ହାଣିଲେ। ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଲେ । ସବୁ ଦେଖି ଚୁପ୍ ରହିଲା ପୋଲିସ। ଏହି ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ସକାଳ ବସ୍‌ଷ୍ଟାଣ୍ଡରେ ବସ୍‌ ଆଗ ପଛ ଯିବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ପ୍ରଥମେ ଗଣ୍ଡଗୋଳ ଆଉ ପରେ ହଣାକଟା ପର୍ଯ୍ୟନ୍ତ କଥାଗଲା । ଅନ୍ୟ ଏକ ବସର କର୍ମଚାରୀ ମାନେ ଧାରୁଆ ଅସ୍ତ୍ରରେ ହାଣିଥିବା ସୂଚନା ମିଳିଛି । ଏହି ହଣାକଟାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଖୋଲତାଡ଼ ଜାରି ରଖିଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!