ବରମୁଣ୍ଡା ବସଷ୍ଟାଣ୍ଡରେ ଠିଆ ହୋଇଥିଲା ବସ୍‌ ରେ ହଠାତ୍‌ ଲାଗିଲା ନିଆଁ

ଭୁବନେଶ୍ୱର,୨୩ା୧: ବରମୁଣ୍ଡା ବସଷ୍ଟାଣ୍ଡ ଛିଡା ହୋଇଥିବା ଏକ ବସରେ ନିଆଁ ଲାଗି ଯାଇଛି । ଫଳରେ ବସଟି ହୁହୁ ହୋଇ ଜଳୁଥିବା ଜଣାପଡିଛି । ତେବେ ଏହି ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ନିଆଁର ପ୍ରଖର ଅଧିକ ଥିବାରୁ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି ।‘ଖଣ୍ଡାଧାର କୁଇନ୍‌’ ନାମକ ବସ୍‌ଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ବସ୍‌ରେ କୌଣସି ଲୋକ ନଥିଲେ, ତେଣୁ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡା ହୋଇଥିବା ଖଣ୍ଡାଧାର କୁଇନ୍ ନାମକ ଏକ ଯାତ୍ରୀବାହୀ ବସ୍ ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ହୁହୁ ହୋଇ ଜଳି ଉଠିଥିଲା ବସ୍ । ଏହା ଦେଖି ସେଠାରେ ଥିବା ଲୋକ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଫଳରେ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ଏବଂ ଶେଷରେ ଅନେକ ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ତେବେ ସେହି ଯାତ୍ରୀବାହୀ ବସରେ ନିଆଁ କିପରି ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ଅନ୍ୟ କୌଣସି ବସରେ ମଧ୍ୟ ନିଆଁ ଲାଗି ନଥିବା ସୂଚନା ମିୁଳିଛି । ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ । ଫଳରେ ଏକ ବିରାଟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ସେଠାରେ ଥିବା ଲୋକେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: